ଦେବୀ ଦୁର୍ଗାଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ, ଥାନାରେ ମାମଲା ରୁଜୁ
1 min readକଟକ: ପାଖେଇ ଆସୁଛି ଦୁର୍ଗା ପୂଜା । କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି । ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ ପୂଜା କମିଟି ହାଇକୋର୍ଟ ଯାଇଛନ୍ତି । ମାଆଙ୍କ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି ।
ଦେବୀ ଦୁର୍ଗାଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ କରାଯାଇଛି । ଏଥିସହ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ୍ କରି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
https://twitter.com/dcp_cuttack/status/1307384087938695169
କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସବୁକ ମାଧ୍ୟମରେ ଜନସାଧାରଣ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଛନ୍ତି । ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନେଇ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦/୨୦୨୦ରେ ମାମଲା ରୁଜୁ ହୋଇଛି । ଧାରା ୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି ।
ଅପମାନ ଜନକ ପୋଷ୍ଟକୁ ଲାଇକ୍ ଓ ସେୟାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । କଟକ ସହରରେ ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ଡିସିପି ଅନୁରୋଧ କରିଛନ୍ତି । ଆଗକୁ ଦୁର୍ଗାପୂଜା ଥିବାବେଳେ ଭାଇଚାରାର ସହର କଟକରେ ଅଶାନ୍ତି ସୃଷ୍ଟି ପାଇଁ କିଛି ଅସାମଜିକ ଲୋକ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରିଛନ୍ତି ।