ଫେସବୁକ୍, ଇନଷ୍ଟାଗ୍ରାମ୍ ଛୁଆଙ୍କୁ କରୁଛି ବେଶୀ ପ୍ରଭାବିତ

Social Media Platforms Like Facebook Instagram Spreading Negativity

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏବେ ଏକ ଅଲଗା ଦୁନିଆ । କିଛିବର୍ଷ ପୂର୍ବରୁ ଫେସବୁକ୍, ଇନଷ୍ଟାଗ୍ରାମ୍, ଟ୍ୱିଟର ଭଳି ଆପ୍ ଆମ ନିତିଦିନିଆ ଜୀବନର ଏକ ଅଂଶ ଥିଲା । ଏବେ ଏସବୁ ସୋସିଆଲ୍ ମିଡିଆ ଆପ୍ ଆମ ଜୀବନର ଅଭିନ୍ନ ଅଙ୍ଗ ହୋଇଯାଇଛି । ଜଣଙ୍କୁ ଅନ୍ୟ ଜଣଙ୍କ ସହ ଯୋଡ଼ିବାକୁ ପ୍ରସ୍ତୁତ ଏହି ଆପ୍ ଏବେ ସୃଷ୍ଟି କରୁଛି ଦୂରତା । ଆମର ରାଗ, ନକରାତ୍ମକ, ଚିଡ଼ଚିଡ଼ା ପଣ ଓ ମାନସିକ ଅବସାଦ ପାଇଁ ଏସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଦାୟୀ ।

Social Media Platforms Like Facebook Instagram Spreading Negativity

ପୂର୍ବରୁ ଛୁଆ ଯେଉଁ ବୟସରେ ବ୍ୟାଟ୍, ବଲି ଧରି ଖେଳୁଥିଲେ । ସାଇକେଲ୍ ଚଢ଼ି ବୁଲୁଥିଲେ । ଏବେ ସେହି ବୟସରେ ସୋସିଆଲ୍ ମିଡିଆ ଆପରେ ଘଣ୍ଟା ଘଣ୍ଟା ବିତାଉଛନ୍ତି । କହିବାକୁ ଗଲେ ସୋସିଆଲ୍ ମିଡିଆ ପାଇଁ ଆଖିରୁ ନିଦ ହଜି ଯାଇଛି । ଏପରିକି ଭୋକ ଶୋଷ ବି ଲାଗୁନି । ଗତବର୍ଷ ପ୍ରକାଶ ପାଇଥିବା ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ, ୧୮ ବର୍ଷ ବୟସରୁ କମ୍ ବୟସ୍କଙ୍କ ଉପରେ ଫେସବୁକ୍, ଇନଷ୍ଟାଗ୍ରାମର ବହୁତ ଖରାପ ପ୍ରଭାବ ପଡ଼ୁଛି । ମାନସିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଉଛି ସୋସିଆଲ୍ ମିଡିଆ ।

ରିସର୍ଚ୍ଚ ରିପୋର୍ଟ ଅନୁସାରେ, ଅଳ୍ପ ବୟସ୍କ ବ୍ୟବହାରକାରୀଙ୍କ ଉପରେ ଇନଷ୍ଟାଗ୍ରାମ ନକରାତ୍ମକ ପ୍ରଭାବ ପକାଉଛି । ଏପରିକି ଇନଷ୍ଟାଗ୍ରାମ ଯୋଗୁଁ ଅଳ୍ପ ବୟସର ଝିଅ ପ୍ରଭାବିତ ହେଉଛନ୍ତି । ଇନଷ୍ଟାଗ୍ରାମ ଭଳି ଆପ୍ ପାଇଁ ଝିଅମାନେ ବଡ଼ି ଇମେଜକୁ ନେଇ ବେଶ୍ ଚିନ୍ତିତ ହୋଇ ପଡ଼ୁଛନ୍ତି । ସର୍ଭେରେ ଭାଗ ନେଇଥିବା ୩ ଜଣ ଝିଅରୁ ଜଣେ ବଡ଼ି ଇମେଜକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି । ଏପରିକି ଇନଷ୍ଟାଗ୍ରାମ ଭଳି ଆପ୍ ପାଇଁ ଅଳ୍ପ ବୟସ୍କର ଛୁଆ ଆତ୍ମହତ୍ୟା କଥା ଭାବୁଥିବା ସର୍ଭେରେ କୁହାଯାଇଛି ।

Social Media Platforms Like Facebook Instagram Spreading Negativity

ତେବେ ସବୁଠୁ ବଡ଼ କଥା ହେଉଛି ସୋସିଆଲ୍ ମିଡିଆରେ ନକରାତ୍ମକ ପୋଷ୍ଟକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଆଉ ଏଥିରୁ ବଞ୍ଚିବାର ଉପାୟ ହେଉଛି । ଜୀବନରେ ସୋସିଆଲ୍ ମିଡିଆ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ରିଲ୍ସ ବଦଳରେ ରିଅଲ ଲାଇଫ ପ୍ରତି ଧ୍ୟାନ ଦିଅନ୍ତୁ ।