spot_img

Latest Posts

୨୦୨୦ ମସିହାକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ସମୟରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଇଛି। ଅତିତରେ ସେ କିଛି କବିତା ଶେୟାର କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଏହି ମହାନାୟକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି, ଆମେ ୨୦୨୦ ମସିହାକୁ ଡିଲିଟ୍‌ କରି ପୁଣିଥରେ ରି ଇନଷ୍ଟଲ କରିପାରିବା କି? କାରଣ ଏଥିରେ ଭାଇରସ ଅଛି।

https://www.instagram.com/p/B-VILgVBznS/?utm_source=ig_embed

ଅମିତାଭଙ୍କ ଏହି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ କମଣ୍ଟେ ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି ଯଦି ଏହା ଆମ ହାତରେ ଥାଆନ୍ତା, ତେବେ ସମ୍ଭବ ହୋଇ ଥାଆନ୍ତା, ହେଲେ ଭଲ ସମୟ ନିଶ୍ଚୟ ଆସୁଛି, ଯଦି ଏହି ଭାଇରସଠାରୁ ଲୋକେ କିଛି ଶିକ୍ଷା କରୁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ହଁ ଆମେ ୨୦୨୦କୁ ଡିଲିଟ୍‌ କରିପାରିବା ଯଦି ଆମେ ଘରେ ରହିବା।

ଆଉଜଣେ ୟୁଜର ଲେଖିଛନ୍ତି ୨୦୨୦କୁ ଭାଇରସ ପାଇଁ ଡିଲିଟ କରିବାର ଆବଶ୍ୟକତା ନାହିଁ କାରଣ ଏଥିପାଇଁ ଆଣ୍ଟି ଭାଇରସ ଖୋଜା ଚାଲିଛି। ସେ ଯାହା ବି ହେଉ ନା କାହିଁକି ଏବେ କରୋନା ଭାଇରସକୁ ଦୂରେଇ ଦେବାକୁ ସମସ୍ତଙ୍କର ପ୍ରୟାସ ଜାରି ରହିଛି।

Latest Posts

Don't Miss