spot_img

Latest Posts

ଭାରତରେ ବନ୍ଦ ହେବ କି ଫେସବୁକ୍, ଟ୍ୱିଟର ଭଳି ସୋସିଆଲ୍ ମିଡ଼ିଆ କମ୍ପାନୀ…

ନୂଆଦିଲ୍ଲୀ: ଭାରତରେ ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ କମ୍ପାନୀ କାମ କରିବା ବନ୍ଦ କରିଦେବ । ଏନେଇ ୟୁଜର୍ସଙ୍କ ଗହଣରେ ଖୁବ୍ ଚର୍ଚ୍ଚା ହେଉଛି ।  କାରଣ ଏହି ସବୁ କମ୍ପାନୀ ପକ୍ଷରୁ ଏଯାବତ୍ ସରକାରଙ୍କ ନିୟମ ଗଡିକର ପାଳନ କରାଯାଇନାହିଁ । ଆଉ ନିୟମ ପାଳନ ପାଇଁ ୩ ମାସ ସମୟ ଦିଆଯାଇଥିଲା ।

ସୂଚନା ଅନୁଯାୟୀ ଏହି ସମୟ ଅବଧି ମେ ୨୫ ତାରିଖରେ ସମାପ୍ତ ହେଉଛି । ଅଧିକାଂଶ ବହୁରାଷ୍ଟ୍ରୀୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ନୂଆ ନିୟମକୁ ମାନି ନାହାଁନ୍ତି। ଯଦି ଏହି ନିୟମ ବିଷୟରେ କୗେଣସି ରିପୋର୍ଟ ମେ ୨୫ ସୁଦ୍ଧା ସରକାରଙ୍କ ନିକଟରେ ନ ପହଞ୍ଚେ, ତେବେ କୗେଣସି ୟୁଜର୍ସଙ୍କ ପୋଷ୍ଟ ପାଇଁ କମ୍ପାନୀ ମଧ୍ୟ ଆଇନଗତ ଭାବରେ ଦାୟୀ ରହିବ ବୋଲି ସରକାର ଚେତାଇଛନ୍ତି।

ଚଳିତ ବର୍ଷ ଫେବୃଆରୀ ୨୫ରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଥିଲେ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଗତ ୩ ମାସରେ ପ୍ରାୟ ୩ଥର ଭାରତ ସରକାର (Meity)ଙ୍କ ପକ୍ଷରୁ  ଟ୍ୱିଟରର ଶୀର୍ଷ ଟିମକୁ କଲ୍ କରାଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନାହିଁ। ସେମାନଙ୍କର ଏଭଳି ବ୍ୟବହାରରେ ସରକାର ଅତ୍ୟନ୍ତ ଅସନ୍ତୁଷ୍ଟ ଥିବା ପ୍ରକାଶ କରାଯାଇଛି।

କେବଳ ଭାରତୀୟ ସୋସିଆଲ ମିଡିଆ କମ୍ପାନୀ କୋ ସରକାରଙ୍କ ନୂଆ ନିୟମର ପାଳନ କରିଛନ୍ତି । ଯାହାର ୟୁଜର୍ ବେସ୍ ୫୦ ଲକ୍ଷରୁ ଅଧିକ ରହିଛି। ନୂତନ ନିୟମ ଅନୁଯାୟୀ, ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ  ୟୁଜର୍ ବେସ୍ ୫୦ ଲକ୍ଷରୁ ଅଧିକ ରହିଛି ସେମାନେ ଜଣେ ଅଭିଯୋଗ ଅଧିକାରୀ, ମୁଖ୍ୟ ନିୟମ ଅଧିକାରୀ ଏବଂ ନୋଡାଲ ଯୋଗାଯୋଗ ବ୍ୟକ୍ତିଙ୍କୁ ରଖିବାକୁ ପଡିବ।

ତେବେ ମେ ୨୫ ପରେ ମଧ୍ୟ ଏହି ପ୍ଲାଟଫର୍ମ ଗୁଡିକର କାର୍ଯ୍ୟ ଜାରି ରଖିବ, କିନ୍ତୁ କୌଣସି ୟୁଜରଙ୍କ ପୋଷ୍ଟ ପାଇଁ ସେମାନଙ୍କୁ ଆଇନଗତ ସୁରକ୍ଷା ଦିଆଯିବ ନାହିଁ ବୋଲି ସୂଚନା ମିଳିଛି।

Latest Posts

Don't Miss