ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ

ଭୁବନେଶ୍ୱର: ରାଜଧାନୀର ସାମନ୍ତରାୟପୁରରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାର ପର୍ଦ୍ଦଫାସ କରିଛି କମିଶନରେଟ୍ ପୋଲିସ । ବ୍ୟବସାୟିକ ଶତ୍ରୁତା ପାଇଁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ । ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇସାରିଥିବା ବେଳେ ସୋମବାର ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ହେଉଛି ଶ୍ରୀତିକ ବିଶ୍ୱାଳ । ଡିଲ୍ ଅନୁଯାୟୀ ଏହି ସୁପାରୀ ପାଇଁ ଶ୍ରୀତକକୁ ମିଳିଥାନ୍ତା ୫୦ ହଜାର ଟଙ୍କା । ଆଗୁଆ ୧୦ ହଜାର ଟଙ୍କା ଶ୍ରୀତିକ ବିଶ୍ୱାଳ ନେଇସାରିଥିବା ବେଳେ ବାକି ୪୦ ହଜାର ଟଙ୍କା ଓ ଓକିଲ ଖର୍ଚ୍ଚ ବହନ କରିବାକୁ  ପ୍ରତିଶ୍ରୁତି  ଦିଆଯାଇଥିଲା ।

ତେବେ ରାଜଧାନୀର ରାଜରାସ୍ତାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅଭିଯୁକ୍ତ ଶ୍ରୀତିକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକରେ କରିଥିବା କିଛି ପୋଷ୍ଟକୁ ନେଇ ଖୁବ୍ ଚର୍ଚ୍ଚା । ଯେଉଁଥିରେ ସେ ଅନ୍ୟମାନଙ୍କ ଭଳି  ନିଜ ବ୍ୟକ୍ତିଗତ ଜୀବନର କିଛି ଫଟୋ ପୋଷ୍ଟ କରିବା ସହିତ ପ୍ରତି ଫଟୋରେ ଗୋଟିଏ ଲେଖାଏଁ କ୍ୟାପସନ୍ ଲେଖିଛନ୍ତି ।  ଯେଉଁଥିରୁ ଶ୍ରୀତିକର ମୁଣ୍ଡରେ କେମିତି ଅପରାଧ ବସା ବାନ୍ଧିତାଲ ତାକୁ ବୁଝିହେଉଛି । ଗୋଟିଏ ଫଟୋରେ ସେ ବୁଲେଟକୁ ଲାଗି ଛିଡ଼ା ହେବା ସହ ମଡେଲଙ୍କ ଭଳି ପୋଜ୍ ଦେଇଛି । ଆଉ କ୍ୟାପସନ୍ ଲେଖିଛି, ହିରୋ ବାଲି ଷ୍ଟାଇଲ୍ ଔର ଗୁଣ୍ଡୋ ବାଲି ହରକତ୍, ଅକ୍ସସର ହମ୍ ବକ୍ତ ଆନେ ପର୍ ଦିଖାତେ ହେଁ (ହିରୋଙ୍କ ଭଳି ଷ୍ଟାଇଲ୍ ଓ ଗୁଣ୍ଡାଙ୍କ ଭଳି ବ୍ୟବହାର  ସମୟ ଆସିଲେ ଦେଖାଇଥାଉ) ।

ସେହିଭଳି ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି ତା’ର ବେପରୁଆ ହସ । ଆଉ ସେହି ଫଟୋର କ୍ୟାପସନରୁ ଜଣା ପଡୁଛି ଅପରାଧିକ ମାନସିକତା ।  ‘ଭାଇ ବୋଲନେ କା ହକ୍ ମୈନେ ସିର୍ଫ ଦୋସ୍ତୋ କୋ ଦିଆ ହେ, ବରନା ଦୁଶମନ୍ ତୋ ଆଜି ଭି ହମେ ବାପ କେ ନାମ ସେ ପହଞ୍ଚାନ୍ ତେ ହେଁ’(ଭାଇ ଡାକିବାର ଅଧିକାର ମୁଁ କେବଳ ସାଙ୍ଗମାନଙ୍କୁ ଦେଇଛି, ନ ହେଲେ ଶତ୍ରୁ ଆଜି ବି ବାପା ନାଁରେ ଜାଣନ୍ତି) । ସେହିଭଳି ଆଉ ଏକ ଫଟୋ ମଧ୍ୟ ରହିଛି ।

ଯେଉଁଥିରେ ସେ ବୁଲେଟ୍ ଉପରେ ବସିଛନ୍ତି ଗୋଟିଏ ହାତରେ ସିଗାରେଟ୍ ଧରିବା ସହ ପାଟିରୁ ଧୂଆଁ  ବାହାର କରୁଥିବା ଦେଖିବାକୁ ମିଳିଛି । ଆଉ କ୍ୟାପସନ୍ ଲେଖାଯାଇଛି, ‘ବାକି ଲଡକୋ କେ ନାମ୍ ଲଭ୍ ଲେଟର ଲିଖା ଯାତା ହେ, ହାମାରେ ନାମ୍ ତୋ ଏଫ୍‌ଆଇଆର ଲିଖା ଜାତା ହେଁ’ । ପୂର୍ବ ପୋଷ୍ଟ ଗୁଡିକ ଯଦି ଶ୍ରୀତିକର ଚରିତ୍ର ଓ ଅପରାଧିକ ମାନସିକତାକୁ ନେଇ ଅଳ୍ପ କିଛି ସୂଚନା ଦେଉଥିଲା ତେବେ ତୃତୀୟ ପୋଷ୍ଟରୁ ଜଣା ପଡୁଛି ଅପରାଧର ଦୁନିଆରେ ନାଁ କମେଇବା ପାଇଁ ତା’ର ଇଛା କେତେ ଥିଲା । ଯେଉଁଥିରେ ସେ କହୁଛି ଆମ ନାଁରେ ଏଫଆଇଆର ରୁଜ ହୁଏ । ଏଫଆଇଆର ଦାଏର ହେବାକୁ ସାମାନ୍ୟ ବା କୁଲ୍ ଭାବେ ନେଉଥିବା ଏହି ଅପରାଧୀ କେତେ ଭୟଙ୍କର କେବଳ ଏଇଥିରୁ ଜଣା ପଡୁଛି ।  ଚତୁର୍ଥ ପୋଷ୍ଟରେ ଏହି ଅପରାଧୀ ନିଜ ରବିନହୁଡ୍ ଇମେଜ୍ ଦେଖାଇବାକୁ ଚେଷ୍ଟା କରିଛି । ସେଥିରେ କୌଣସି ନର୍ମାଣ କାମ ପାଇଁ ବ୍ୟବହାର କରାଯାଉଥିବା ଲୁହା ଉପରେ ବସିଛି । ଫଟୋଟିକୁ ମଧ୍ୟ ଏଡିଟ୍ କରାଯାଇଛି  ଆଉ ଫଟୋ ପଛରେ ଲେଖାଯାଇଛି ବାଦଶାହା । ଆଉ ଅନ୍ୟ ଫଟୋ ଭଳି ଏହାର କ୍ୟାପସନ ରହିଛି ‘ହମ୍ ଖରାବ୍ ଲୋକକି ଏକ ଖାସିୟତ୍ ହେ, ହମ୍ ମୁସିବତ୍ ମେଁ କାମ୍ ଆତେ ହେଁ’ (ଆମ ଭଳି ଅସାମାଜିକ ଲୋକଙ୍କ ଗୋଟିଏ ବିଶେଷତ୍ୱ ରହିଛି, ଅସୁବିଧା ବେଳେ ଆମେ କାମରେ ଆସିଥାଉ) । ନିଜକୁ ସାହୀଯ୍ୟକାରୀ ଦେଖାଇ ହେବାର ଏହା କେବଳ ଜଣେ ଅପରାଧୀର ଚେଷ୍ଟାରୁ ଅଧିକ କିଛି ଲାଗୁନି ।

ଏହି ପୋଷ୍ଟ ଗୁଡ଼ିକୁ ଦେଖିଲେ ତାଙ୍କ ଚିନ୍ତାଧାରା ସ୍ପଷ୍ଟ ଅନୁମେୟ । ପୋଷ୍ଟ ଏବଂ ତା’ର କ୍ୟାପସେନକୁ ଅନୁଧ୍ୟାନ କରାଯାଏଁ, ତାହେଲେ ଜଣାପଡ଼ୁଛି ଯେ, ସେ କୌଣସି ଫିଲ୍ମର ଆଣ୍ଟି ହିରୋ ଭଳି ନିଜକୁ ମନେ କରୁଛି ।  ଶ୍ରୀତିକର ସମସ୍ତ ପୋଷ୍ଟରୁ ଗୋଟିଏ କଥା ସ୍ପଷ୍ଟ ଜଣା ପଡୁଛି । ଅପରାଧ ସେମାନଙ୍କ ପାଇଁ ସାମାନ୍ୟ ଘଟଣା । ଏହା ପ୍ରଫେସନ୍ । ଗନ୍ଦା ହୈ ପର ଧନ୍ଦା ହୈ । ନିଜ କାମକୁ ନେଇ ନା ଅଛି ଅନୁତାପ ନ ପଶ୍ଚତାପ ।

Leave a Reply