ଶ୍ରୀମନ୍ଦିରରେ କଡ଼ାକଡ଼ି ହେଲା କଟକଣା: ନିୟମ ମାନି ଦର୍ଶନ କଲେ ଭକ୍ତ
1 min readପୁରୀ: ଶ୍ରୀମନ୍ଦିରେ କଡ଼ାକଡ଼ି ହେଲା କରୋନା କଟକଣା । ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ପ୍ରଶାସନ ।ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିରଧାନକୁ ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଏହି କଟକଣାକୁ ମାନିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛି ପୁରୀ ପୋଲିସ । ଯେଉଁଥିରେ ଶ୍ରୀମନ୍ଦିରେ କଟକଣା କଡ଼ାକଡ଼ି କରାଯାଇଥିବା ଲେଖିଛି ପୁରୀ ପୋଲିସ । ଏଥିସହିତ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ଏବଂ ଯେଉଁମାନେ ନିୟମ ମାନୁଛନ୍ତି ସେମାନେ ସୁରୁଖୁରୁରେ ଦର୍ଶନ କରୁଥିବା ଟ୍ୱିଟ୍ରେ ଉଲ୍ଲେଖ ରହିଛି ।
ସୂଚନା ଯୋଗ୍ୟ ଯେ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ନୂଆ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା କାଲି ଅର୍ଥାତ ଏପ୍ରିଲ ୪ ତାରିଖରୁ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ SOP ଜାରି କରିଛି । ଏଣିକି ଶ୍ରୀମନ୍ଦିରରେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ।
ଏସଓପି ଅନୁଯାୟୀ ଗତ ରବିବାର ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ଏହା ବାଦ ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ସଂକ୍ରମଣ ଏଡାଇବାକୁ ମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଗୁରୁତ୍ବ ଦିଆଯାଇଛି।
ସେପଟେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବନ୍ଦ ପରେ ରାତରେ ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ଜଣାପଡିଛି ।
ଏଥିସହିତ ପଢ଼ନ୍ତୁ: ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ
Social distancing being enforced at Sri JaganNath Temple Puri.
Whereas Defaulters are being penalised and fined;
Non defaulters are happily ? thanked ? by Police ?♂️
Which side r u ?@DGPOdisha @odisha_police @cmo_odisha @MoSarkar5T @Puri_Official @SJTA_Puri @SRC_Odisha pic.twitter.com/qrtToNfSH4
— Puri Police (@SPPuri1) April 5, 2021