କରୋନା କାଳ,ସାମାଜିକ ଦୂରତା ଏବଂ ଓଡ଼ିଆ ନେତାଙ୍କ ଆଇନକୁ ସମ୍ମାନବୋଧ

ମାର୍ଚ୍ଚ ଆସୁ ଆସୁ ଦେଶ ଲକଡାଉନ୍ ଭିତରକୁ ଚାଲିଗଲା । ଭାରତୀୟଙ୍କ ଅଭିଧାନରେ କରୋନା କିଛି ନୂଆ ଶବ୍ଦ ଯୋଡି ଦେଇଛି । ଲକଡାଉନ୍ । ସଟ୍ ଡାଉନ୍ ଓ ସାମାଜିକ ଦୂରତା । କରୋନାର କୌଣସି ଔଷଧ ନାହିଁ । ଭ୍ୟାକ୍ସିନ୍ ନାହିଁ । କରୋନାକୁ ନିୟନ୍ତ୍ରଣରେ ରଖାଯାଇପାରିବ ତାହା ବି ଯଦି ସମସ୍ତେ ସାମାଜିକ ଦୂରତା ନିୟମକୁ ସମସ୍ତେ ମାନିବେ । କେନ୍ଦ୍ର ସରକାର କୋଭିଡ୍ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ଦୁଇ ଗଜର ଦୂରତା କଥା । ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଗାମୀ କେଇ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସାମାଜିକ ଦୂରତାକୁ ମାନିକରି ଚଳିବାକୁ ପଡିବ ।

congress social distance

କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥାକୁ କେତେ କିଏ ମାନୁଛନ୍ତି ? ସାଧାରଣ ଲୋକଙ୍କ କଥା ଛାଡନ୍ତୁ,ଜନମତ ତିଆରି କରୁଥିବା ରାଜନୈତିକ ଦଳ ଓ ନେତା କୋଭିଡ୍ ଗାଇଡ୍ ଲାଇନକୁ ମାନୁଛନ୍ତି କି ? ନେତାଙ୍କୁ ଜନତା ଅନୁସରଣ କରନ୍ତି । କିନ୍ତୁ ଓଡ଼ିଶାର ନେତା କୋଭିଡ୍ କାଳରେ ସାଧାରଣ ଓଡ଼ିଆଙ୍କ ପାଇଁ କେଉଁଭଳି ଉଦାହରଣ ସୃଷ୍ଟି କରୁଛନ୍ତି ? ସେମାନେ ସାଧାରଣ ଜନତା ପାଇଁ ରୋଲ୍ ମଡେଲ କି ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି ଶୁକ୍ରବାର ଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ ୫ଶହ ଟଙ୍କା ତଣ୍ଡ ଗଣିବାକୁ ପଡିଛି । କେବଳ ନିରଂଜନଙ୍କୁ ନୁହେଁ ତାଙ୍କ ସହିତ ତାଙ୍କ ଦଳର ଆଉ କିଛି ନେତାଙ୍କୁ ମଧ୍ୟ ଫାଇନ୍ ଦେବାକୁ ପଡିଛି । ୫ଶହ ଟଙ୍କା ଜଣେ ନେତାଙ୍କ ପାଇଁ କିଛି ଗୋଟିଏ ବଡ କଥା ନୁହେଁ । କିନ୍ତୁ ଗୋଟିଏ ରାଜ୍ୟ ଓ ଏହାର ବାସିନ୍ଦାଙ୍କ ପାଇଁ ଗୋଟିଏ ରାଜନୈତିକ ଦଳର ମୁଖିଆ ଫାଇନ୍ ଗଣିବା ଗୁରୁତ୍ୱ ରଖେ । ଇଏ ସେହି ଦଳର ନେତା ଯାହା ଓଡ଼ିଶାକୁ ବିକଳ୍ପ ଶାସନ ଦେବା କଥା କହୁଛି । କିନ୍ତୁ ସେମାନଙ୍କ ମନରେ ଆଇନ ପାଇଁ ସମ୍ମାନବୋଧ ନାହିଁ । ଯଦି ଥାନ୍ତ ତେବେ ସେମାନେ ବିରୋଧ କାଳରେ ସାମାଜିକ ଦୂରତା ନିୟମକୁ ମାନି ବିକ୍ଷୋଭ କରିଥାନ୍ତେ । ସାଧାରଣ ଓଡ଼ିଆ ତାଙ୍କଠାରୁ କିଛି ଶିଖିଥାନ୍ତେ କିନ୍ତୁ ନା ବିରୋଧୀଙ୍କ ଧର୍ମ ସତେ ଯେମିତି କେବଳ ବିରୋଧ କରିବା । ବିରୋଧ କାଳରେ ସବୁ ନିୟମକୁ ବିସର୍ଜନ କରିଦେବା । କଂଗ୍ରେସ ଦଳର ମହାମହିମ ମାନେ ମାଷ୍ଟରକ୍ୟାଣ୍ଟିନରେ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିକ୍ଷୋଭ କରୁଥିଲେ । କିନ୍ତୁ ବିକ୍ଷୋଭ କାଳରେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା । ନେତାଏ ପାଖାପାଖି ହୋଇ ବସିଥିଲେ । କର୍ମୀ ଜାକିଜୁକି ହୋଇ । କରୋନା ଏସବୁକୁ ଦେଖି ହୁଏତ ଲାଜେଇ ଯାଇଥିବ ।

aparajita with babu singh

କରୋନା କାଳରେ ସାମାଜିକ ଦୂରତାକୁ ନମାନି ତଣ୍ଡ ଗଣିବା ମାମଲାରେ କେବଳ କଂଗ୍ରେସ ବଦନାମ ହୋଇନି । ଏହି ମାମଲାରେ ବିଜେପି ମଧ୍ୟ ପଛରେ ନାହିଁ । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ଦୁଇଥର ଏଥିପାଇଁ ଅଭିଯୋଗ ଘେରକୁ ଆସିଛନ୍ତି । ପ୍ରଥମେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନରେ ରହିବା କାଳରେ ସେ ଦଳୀୟ କର୍ମୀଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ।

hanspal bhumipuja

ଦ୍ୱିତୀୟଥର ପାଇଁ ହଂସପାଳରେ ବ୍ରିଜ୍ ଭୂମିପୂଜା ବେଳେ ସାମାଜିକ ଦୂରତା ଉଲ୍ଲଂଘନର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା । ସେହିଭଳି ଦଳର ଅସନ୍ତୁଷ୍ଠ ନେତାଙ୍କୁ ବୁଝାଇବାକୁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମଧ୍ୟ ସାମାଜିକ ଦୂରତା ଦୂରକୁ ପଳାଇଥିଲା ।  ଏଥିପାଇଁ ତାଙ୍କୁ ବି ଫାଇନ୍ ଦେବାକୁ ପଡିଥିଲା । ଏସବୁ ଦେଖିଲେ ଲାଗୁଛି ଆମ ନେତା କରୋନା କାଳରେ ମଧ୍ୟ କିଛି ଶିଖିବାକୁ ଚାହୁଁନାହାନ୍ତି ।

Leave a Reply