କ୍ୱାରେଣ୍ଟାଇନ୍ ସେଣ୍ଟରରେ କଟକଣାକୁ ଫୁ’: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ

ବାଲିଗୁଡ଼ା (ବିପ୍ର ସାହୁ): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମହିଳା ଅନ୍ତେବାସୀଙ୍କ ସହ ସେଲ୍ଫି । ଫଟୋ ଉଠାଇଛନ୍ତି କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ । କନ୍ଧମାଳ ଜିଲ୍ଲା  କ.ନୁଆଗାଁ ବ୍ଲକ୍ କୁଡ଼ୁତୁଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉଠାଯାଇଛି ଫଟୋ ।

ଦାୟିତ୍ଵରେ ଥିବା ଦୁଇ ଅଧିକାରୀଙ୍କ ସହ ପ୍ରବାସୀ ଅନ୍ତେବାସୀ ସେଲ୍ଫି ଫଟୋ ଭାଇରାଲ୍ ହୋଇଛି । ବର୍ତ୍ତମାନ ସାରା ବିଶ୍ୱ କରୋନା ଭୁତାଣୁକୁ ନେଇ ଚିନ୍ତିତ ଥିବାବେଳେ କ୍ୱାରେଣ୍ଟାଇନ୍ ସେଣ୍ଟର୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏଭଳି ଆଚରଣରେ ଅଞ୍ଚଳବାସୀ କ୍ଷୁବ୍ଧ । ଅପରପକ୍ଷରେ କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତବେସୀ ଏବଂ ସେମାନଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ସାମାଜିକ ଦୂରତ୍ୱ ରଖିବା କଥା ।

କିନ୍ତୁ ତାହା ମଧ୍ୟ ଏଠାରେ ହୋଇନାହିଁ । ଏଭଳି  କରି ଏକ ପ୍ରକାର କରୋନାକୁ ଆମନ୍ତ୍ରଣା କଲା ଭଳି ମନେ ହେଉଛି । ଏଭଳି ଭାବେ ନିୟମର ଖୋଲା ଉଲ୍ଲଘଂନ କରୋନା ଆଶଙ୍କାଙ୍କୁ ବଢ଼ାଇଦେଉଛି । ସୂଚନା ପ୍ରକାରେ ଗତ ୩ତାରିଖରେ ଗୁଞିବାଡ଼ି ପଞ୍ଚାୟତର ଦୁଇଜଣ ମହିଳା ହାଇଦ୍ରାବାଦରୁ ଫେରିଥିଲେ ।

Coronavirus | U.P. villages tense as many skip quarantine - The Hindu

ପ୍ରଶାସନ ପକ୍ଷରୁ ସେମାନଙ୍କୁ କ.ନୁଆଗାଁ ବ୍ଲକ୍ କୁଡ଼ୁତୁଲି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । ହେଲେ ସେଠାରେ ଦାୟିତ୍ଵରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ଜଣେ କର୍ମଚାରୀ ପ୍ରବାସୀ ମହିଳାଙ୍କ ସହ ଉଠାଇଥିବା ସେଲ୍ଫି ଫୋଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Leave a Reply