ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #BanAashramWebseries
1 min readମୁମ୍ବାଇ: ଏମଏକ୍ସ ପ୍ଲେୟରର ଓ୍ୱେବ୍ ସିରିଜ ‘ଆଶ୍ରମ’କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହି ସିରିଜକୁ ବ୍ୟାନ୍ କିମ୍ବା ବଏକଟ୍ କରିବା ପାଇଁ ସୋସିଆଲ୍ ମିଡିଆରେ #BanAashramWebseries ଟ୍ରେଣ୍ଡ୍ କରୁଛି ।
ଏହି ସିରିଜ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ନେଇ ଅଭିଯୋଗ ହୋଇଛି । ନିକଟରେ ଅଭିନେତା ବବି ଦେଓଲ ଓ ନିର୍ମାତା-ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଯୋଧପୁରର ଏକ ଅଦାଲତ ନୋଟିସ୍ ଜାରି କରିଛି ।
Absolutely #BanAashramWebseries https://t.co/VpcnFGwRZE pic.twitter.com/xQohn7KTQs
— Visheshta Kaur (@visheshta_kaur) December 16, 2020
ଯାହାର ଶୁଣାଣି ଜାନୁୟାରୀ ୧୧ ତାରିଖରେ ହେବାକୁ ଯାଉଛି ।
ଏହି ସିରିଜର ଦ୍ୱିତୀୟ ସିଜନ୍ ‘ଆଶ୍ରମ ଚେପ୍ଟର ୨- ଦ ଡାର୍କ ସାଇଡ୍’ ନଭେମ୍ବର ୧୧ରେ ଏମଏକ୍ସ ପ୍ଲେୟରରେ ଷ୍ଟ୍ରିମ୍ ହୋଇଥିଲା । ଯେଉଁଥିରେ ବବି ଦେଓଲ ଜଣେ ଧର୍ମ ଗୁରୁ ଭାବେ ନଜର ଆସିଛନ୍ତି ।
Aashram Web Series is an onslaught on the faith of Hindu Dharma But they don't have the courage to depict such scenes on Christianity, Islam or other religions.#BanAashramWebseries pic.twitter.com/ZaDYOKJ6g0
— ??????????????? ?️? (@SKOfficial369) December 16, 2020
ଏହି ସିରିଜରେ କୁହାଯାଇଛି ଯେ ଆମେ କୌଣସି ଧାର୍ମିକ ଭାବନାକୁ ଆଘାତ କରୁନାହୁଁ । ହେଲେ ଏଥିରେ ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଛି ।