ପ୍ରବଳ ଶୀତର ପ୍ରବାହରେ ଦାରିଙ୍ଗିବାଡ଼ିରେ ତୁଷାରପାତ

ବାଲିଗୁଡ଼ା: ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ତୁଷାରପାତ । ଦାରିଙ୍ଗିବାଡ଼ି ସହ ସିମନବାଡ଼ି, ବାଡ଼ାବାଙ୍ଗା ପରି ଅଞ୍ଚଳରେ ତୁଷାରପାତ ହୋଇଥିବା ସୂଚନା ମିଳିଛି । ବର୍ଷା ଛାଡ଼ିଯିବା ପରେ ଗତ ଦୁଇ ଦିନ ହେଲା ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି ।
ତାପମାତ୍ରା କମିବା ସହ ଆଜି ତୁଷାରପାତ ହୋଇଛି । ଏହାସହ ଘନ କୁହୁଡ଼ିର ଚାଦର ତଳେ ରହିଛି ପୂରା ଅଞ୍ଚଳ । ସକାଳ ୧୦ଟା ଯାଏଁ ଏଭଳି ସ୍ଥିତି ଲାଗି ରହୁଛି । ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା ।
ଦାରିଙ୍ଗିବାଡ଼ି ସହ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼ ଓ ବେଲଘରରେ ଜାରି ରହିଛି ଶୀତ ଲହରୀ ।