ଘୁଙ୍ଗୁଡି ମାରିବା ଗମ୍ଭୀର ରୋଗର ଲକ୍ଷଣ

Snoring Could Be Signs Of Serious Health Issues

ଭୁବନେଶ୍ୱର: କିଛି ଲୋକ ଶାନ୍ତିରେ ଶୁଅନ୍ତି । ଆଉ କିଛି ଲୋକ ଶୋଇବା ବେଳେ ଏମିତି ଘୁଙ୍ଗୁଡ଼ି ମାରନ୍ତି ଯେ ପାଖଆଖରେ ଶୋଇଥିବା ଲୋକଙ୍କୁ ନିଦ ହୁଏ ନାହିଁ । ଯଦି ଆଖି ଲାଗିଯାଏ ତେବେ ଘୁଙ୍ଗୁଡ଼ି ଶବ୍ଦରେ ନିଦ ହୁଏ ନାହିଁ । ଆଉ ଏ ଘୁଙ୍ଗୁଡ଼ି ମାରିବା ଆଜିକା ଦିନରେ ଏକ ବଡ଼ ସମସ୍ୟା ପାଲଟି ଗଲାଣି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି ଲୋକେ ବଜାରରେ ମିଳୁଥିବା ସାମଗ୍ରୀକୁ ନାକରେ ଲଗାଇ ଶୋଉଛନ୍ତି ।

କିନ୍ତୁ କିଛି ଲୋକ ଘୁଙ୍ଗୁ଼ଡ଼ି ମାରିବାକୁ ଗୁରୁତର ସହ ନେଉ ନାହାନ୍ତି । କିନ୍ତୁ ଘୁଙ୍ଗୁଡ଼ି ମାରିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଯଦି ଆପଣଙ୍କ ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ଅଛି ତ ଧ୍ୟାନ ଦିଅନ୍ତୁ ।

Snoring Could Be Signs Of Serious Health Issues

ଘୁଙ୍ଗୁଡ଼ି ମାରିବାର କାରଣ ଆଷ୍ଟ୍ରକ୍ଟିଭ୍ ଏପନିୟା (ଓଏସଏ) ହୋଇପାରେ । ଯେଉଁଥିରେ କିଛିଦିନ ତଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଲାହିଡିଙ୍କ ମୃତ୍ୟୁ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ, କୌଣସି ପ୍ରକାର ଘୁଙ୍ଗୁଡ଼ି ଆସୁଥିଲେ ଘୁଙ୍ଗୁଡ଼଼ି ସହ ନିଦ ଉପରେ ଧ୍ୟାନ ଦେବା ଦରକାର । ଫଳରେ ପ୍ରକୃତ ସ୍ଥିତି ଜଣାପଡ଼ିବ ।

ତେବେ ଡାକ୍ତରଙ୍କ ଅନୁସାରେ, ଅଧିକ ଓଜନ ଥିବା ଲୋକଙ୍କ କ୍ଷେତ୍ରରେ ଓଏସଏ ଏକ ସାମାନ୍ୟ ରୋଗ ହୋଇପାରେ । ଯାହାକି ନିଦ ସମୟରେ ଉପର ଶ୍ୱାସନଳୀ ବନ୍ଦ ହୋଇଯିବା ଯୋଗୁ ହୋଇଥାଏ । ଏହାଦ୍ୱାରା ଶ୍ୱାସକ୍ରିୟା ସ୍ୱଳ୍ପ ସମୟ ପାଇଁ ବନ୍ଦ ହୋଇଯାଏ । ଏଥିରେ ପ୍ରଭାବିତ ଲୋକଙ୍କ ଘୁଙ୍ଗୁଡ଼ି ଆସିଥାଏ । ଆଉ ଏମାନେ ଦିନ ବେଳା ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି । କାମ ଉପରେ ଧ୍ଯାନ ଦେଇ ନଥାନ୍ତି ।

Snoring Could Be Signs Of Serious Health Issues

ପ୍ରତିଦିନ ଘୁଙ୍ଗୁଡ଼ି ମାରିବା ଓ ଭଲ ନିଦ ନହେବା ଯୋଗୁ ରକ୍ତରେ ଅମ୍ଲଜାନ ମାତ୍ର କମି ଯାଏ । ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବା, ହୃଦୟ ସମ୍ପର୍କିତ ରୋଗ, ହୃଦଘାତ ଭଳି ଗମ୍ଭୀର ସମସ୍ୟା ହୋଇପାରେ । ଏପରିକି ସ୍ମରଣ ଶକ୍ତି ହରାଇବା, ସକାଳେ ମୁଣ୍ଡ ବିନ୍ଧା ହେବା, ଡିପ୍ରେସନ୍ (ମାନସିକ ଅବସାଦ) ସ୍ଥିତି ଉପୁଜେ । ଯାହାକି ଓଏସଏ ପାଇଁ ହୋଇଥାଏ ।

ଘୁଙ୍ଗୁଡ଼ି ଆସେ କାହିଁକି ?

ସାଇନସ, ଅଧିକ ଓଜନ, ଥକ୍କାପଣ, ଧୂମ୍ରପାନ, ଡିପ୍ରେସନ୍, ଗର୍ଭାବସ୍ଥା, ମଦ ପିଇବା, ଥଣ୍ଡା କିମ୍ବା ଆଲର୍ଜି, ପିଠିକୁ ତଳ କରି ଶୋଇବା ଯୋଗୁଁ ଘୁଙ୍ଗୁ଼ଡ଼ି ଆସିଥାଏ ।

Leave a Reply