ବିଶାଖାପାଟଣାରେ BSKYରେ ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ ପରିବାର

1 min read

ଭୁବନେଶ୍ବର: ରାଜ୍ୟ ବାହାରେ BSKYର ଆଉ ଏକ ସଫଳତା । ଚିକିତ୍ସିତ ହେଲେ କ୍ୟାନସର ରୋଗୀ । ବରଗଡ଼ ଜିଲ୍ଲାର ସ୍ନେହା ଏହି BSKY କାର୍ଡ ପାଇଁ ଚିକିତ୍ସିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାର । ସୂଚନା ଥାଉକି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି । ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

ତେବେ ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହନ୍ତି ଯେ ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲା । ବିଭିନ୍ନ ଜାଗାରେ ଚିକିତ୍ସା କରାଯାଇଥିଲା । ବିଏସ୍ କେୱାଇ କାର୍ଡ ଦ୍ଵାରା ବିଶାଖାପାଟଣା ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବା ଜଣେ ମହିଳାଙ୍କ ଠାରୁ ଶୁଣି ଆମେ ସେଠାକୁ ଗଲୁ । ବିଏସ୍ କେୱାଇ ଟିମ ସହଯୋଗ କଲେ। ହସ୍ପିଟାଲରେ ମୋ ଭଉଣୀର ମାଗଣା ଆଡମିସନ, ବିଭିନ୍ନ ପରୀକ୍ଷା, ଚିକିତ୍ସା ଓ ବୋନ୍ ମାରୋ ପ୍ରତିରୋପଣ ହେଲା । ବର୍ତ୍ତମାନ ମୋର ସାନ ଭଉଣୀ ସ୍ନେହା ସୁସ୍ଥ ଅଛି । ମୋର ଭଉଣୀ ଜୀବନ ବଞ୍ଚାଇଥିବାରୁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ହସପିଟାଲର ଡାକ୍ତରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛୁ । ରାଜ୍ୟ ସରକାରଙ୍କ ବିଏସ୍ କେୱାଇ ଯୋଜନା ମାଧ୍ୟମରେ ଜଣେ ନାବାଳିକାର କ୍ୟାନସର ଚିକିତ୍ସା ସଫଳତାର ସହ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି ।