ବିନା ଭକ୍ତରେ ହେବ ସ୍ନାନଯାତ୍ରା, ଯାତ୍ରା ଦିନ ୧୪୪ ଧାରା
1 min readପୁରୀ: ବିନା ଭକ୍ତରେ ହେବ ସ୍ନାନ ଯାତ୍ରା । ଭକ୍ତଙ୍କୁ ପରୀକ୍ଷା କରିବାକୁ ମହାପ୍ରଭୁଙ୍କ ମହାଲୀଳା । କୋଭିଡ ୧୯ ଗାଇଡଲାଇନକୁ ସମ୍ମାନ ଜଣାଇ କିଭଳି ସ୍ନାନ ଯାତ୍ରା ଅନୁଷ୍ଠିତ ହେବ ସେନେଇ ଆଜି ବୈଠକ ବସିଥିଲା । ବୈଠକରେ ସେବାୟତଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ ଏନେଇ ଆଲୋଚନା କରିଥିଲେ ।
ବିନା ଭକ୍ତରେ ସ୍ନାନ ଯାତ୍ରା ହେବ ନେଇ ନିଷ୍ପତ୍ତି ନିଆଯାଇଛି । କେବଳ ସେତି ନୁହେଁ ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ଧାରା ଲାଗୁହେବ । ସ୍ନାନ ଯାତ୍ରା ନେଇ ସେବାୟତଙ୍କ ସହ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ନାନ ଯାତ୍ରା ନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା । ସେହିପରି ଚମ୍ପକ ଦ୍ୱାଦଶୀ, ଶ୍ରୀମନ୍ଦିର ଭିତରେ କରିବା ନେଇ ନିଷ୍ପତ୍ତି ହୋଇଛି । କୋଭିଡ଼-୧୯ ଭଳି ସଙ୍କଟ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଥିଲା । ଏବଂ ପରାମର୍ଶ କ୍ରମେ ହିଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।