କୁମ୍ଭାରଶାଳରୁ ୯ ଫୁଟିଆ ଅହିରାଜ ଉଦ୍ଧାର

କୁମ୍ଭାରଶାଳରୁ ୯ଫୁଟର ଅହିରାଜ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଖଲିକୋଟ ରେଞ୍ଜ ଅଧିନସ୍ଥ ଗୁରୁଝରି ଗାଁର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ଶାଳରେ ଅହିରାଜଟିକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ ବାଇଆଙ୍କ ପରିବାର ସଦସ୍ୟ । ଖବର ପାଇବା ପରେ ସ୍ନେକ ହେଲ୍ପଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ସାପଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଏକ ବ୍ୟାଗ୍ରେ ଭର୍ତ୍ତି କରି ଜଙ୍ଗଲରେ ଛାଡ଼ିଦେଇଛି ।