ଖଟ ଉପରେ ଫଣା ଟେକିଲା ନାଗ, ପରିବାର ଲୋକ ଆତଙ୍କିତ ! ଦେଖନ୍ତୁ ଭିଡିଓ..

Snake Rescued

କେନ୍ଦ୍ରାପଡ଼ା: ଖଟ ଉପରେ ଫଣା ଟେକିଲା ନାଗ । ସମସ୍ତେ ଆଶ୍ଚର୍ଯ୍ୟ ଆଉ ଆତଙ୍କିତ । କୁଆଡ଼ୁ ଆସିଲା ନାଗ ? କେମିତି ପଶିଲା ଘରେ ? ଆଗକୁ କ’ଣ ହେବ ? କିଏ ରକ୍ଷା କରିବ ?

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ମାଧୁଶାସନ ଗାଁରୁ । ଏହି ଗାଁରେ ରହୁଥିବା ପର୍ଶୁରାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୪ ଫୁଟ୍‌ ଲମ୍ବା ନାଗ ସାପ ଉଦ୍ଧାର କରାଯାଇଛି । ଘରେ ପରିବାର ଲୋକ ଥିବା ବେଳେ ହଠାତ୍‌ ପରିବାରର ଜଣେ ମହିଳା ସଦସ୍ୟ ଘରେ ନାଗ ସାପ ପଶିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇ ଚିତ୍କାର କରିଥିଲେ । ପରେ ଅନ୍ୟ ସଦସ୍ୟମାନେ ମଧ୍ୟ ସେଠାକୁ ଦୌଡ଼ୁଆସିଥିଲେ । ହେଲେ କୋଳାହଳ ଯୋଗୁଁ ସାପଟି ଖଟ ତଳେ ପଶିଯାଇଥିଲା । ପରେ ସାପଟି କେଉଁଠି ଲୁଚିଗଲା ତାକୁ କେହି ଦେଖିପାରିଲେନି । ତେଣୁ ଭୟରେ ମହିଳା ମାନେ ଓ ଘରର ଅନ୍ୟ ସଦସ୍ୟ ବାହାରକୁ ଚାଲି ଆସିଲେ । ଏବେ ଆତଙ୍କି ଅବସ୍ଥାରେ ଦୂରରୁ ନିରୀକ୍ଷଣ କରୁଥିଲେ ।

ତେବେ ସାପ ପଶିଥିବା ଖବର ପାଇ ସ୍ଥାନୀୟ ସ୍ନେକ୍ ହେଲ୍‌ପ ଲାଇନ୍‌ ସଦସ୍ୟ‌ ନଳୀନିକାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ପର୍ଶୁରାମଙ୍କ ଘର ବାହାରେ ଭିଡ଼ ଜମିସାରିଥିଲା । ନଳିନୀକାନ୍ତ ସମସ୍ତଙ୍କୁ ଭିଡ଼ ନଜମାଇବା ପାଇଁ ନିବେଦନ କରିଥିଲେ ଏବଂ ଘଟଣାସ୍ଥଳରୁ ଟିକେ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ପରେ ସାପଟିକୁ ଧରିବା ପାଇଁ ନଳିନୀକାନ୍ତ ଘର ଭିତରେ ପ୍ରବେଶ କରିଥିଲେ । ସାପଟିକୁ ଅନେକ ଖୋଜାଖୋଜି କରିବା ପରେ ସେ ଖଟ ଉପରେ ଥିବା ଦେଖିବାକୁ ମିଳିଥିଲେ । ଖଟ ଉପରେ ସାପଟି ପଣା ଟେକି ରହିଥିଲା । ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତିକି ଅନେକ ଏହି ଦୃଶ୍ୟକୁ ଦେଖିବା ପାଇଁ ମୋବାଇଲରେ ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ ।

ତେବେ ଶେଷରେ ନଳିନୀକାନ୍ତ ସାପଟିକୁ ଉଦ୍ଧାର କରି ଯତ୍ନର ସହ ବାହାରକୁ ନେଇ ଆସିଥିଲେ । ପରେ ସାପଟିକୁ ତାର ପ୍ରାକୃତିକ ବାସସ୍ଥାନରେ ତଥା ଗାଁଠାରୁ ଦୂରରେ ଛାଡି ଦିଆଯାଇଛି ।

Leave a Reply