ବାଘେଶ୍ୱରପୁର ଗାଁରେ କାର୍ ବନେଟ୍ରୁ ବାହାରିଲା ନାଗରାଜ

ପିପିଲି: କାର୍ ଭିତରୁ ନାଗ ସାପ ଉଦ୍ଧାର । ବାଘେଶ୍ୱରପୁର ଗାଁର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ କାର୍ରୁ ନାଗ ସାପ ଉଦ୍ଧାର । କାର୍ ବନ୍ନେଟ୍ରେ ଫସିରହିଥିଲା ନାଗ । ଏ ନେଇ ଶ୍ରୀ ପଣ୍ଡା ଜାଣିବାକୁ ପାଇବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ପହଞ୍ଚି ଥିଲେ। କାରର ବନେଟ ଖୋଲିଲା ବେଳକୁ ବାମ ପଟ କଡ଼ରେ ଇଞ୍ଜିନ ଉପରେ କୁଣ୍ଡଳୀ ମାରି ୪ ଫୁଟ ଲମ୍ବର ନାଗ ସାପ ଟି ବସିଥିଲା । ସୁଶାନ୍ତ ସ୍ନେକ ହୁକ ସାହାଯ୍ୟରେ ନାଗ ଟିକୁ ଉଦ୍ଧାର କରିଥିଲେ । ଏବଂ ସାପଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଛାଡି ଦେଇଥିଲେ ।