ଏଟିଏମ ଭିତରୁ ଟଙ୍କା ସହ ବାହାରିଲା ସାପ

ଝାରସୁଗୁଡ଼ା: ଏଟିଏମ ମେସିନ ଭିତରେ ନାଗ । ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ସାପକୁ ଦେଖିଥିଲେ ବ୍ୟାଙ୍କ ଅଧିକାରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜାର ଧରିଛି । ଘଟଣାଟି ଝାରସୁଗୁଡ଼ା ବ୍ରଜରାଜନଗର ତାରିଣୀ ମନ୍ଦିର ଛକର ।

ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ସାପ ଦେଖି ଭୟଭୀତ ହୋଇପଡ଼ିଥିଲେ ଅଧିକାରୀ । ତେବେ ସେ ମେସିନ ଖୋଲିବା ପରେ ଟଙ୍କା ସହ ନାଗକୁ ଦେଖିଥିଲେ । ଭୟଭୀତ ହୋଇ ସେଠାରୁ ଅଧିକାରୀ ଜଣଙ୍କ ପଳାଇଥିଲେ । ଏହା ପରେ ସାପକୁ ଉଦ୍ଧାର କରାଯାଇଛି । ତେବେ କାଚ କବାଟ ଥିବା ସତ୍ତ୍ଵେ ଏଟିଏମ ଭିତରକୁ ସାପ ଆସିଲା କେମିତି ? ଆଉ ସବୁଠୁ ବଡ଼ କଥା ଏଟିଏମ ମେସିନ ଭିତରେ ସାପ କେମିତି ପଶିଲା ? ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply