ମହିଳା ବିଶ୍ୱକପ: ଚମକିଲେ ସ୍ମୃତି ଓ ହରମନପ୍ରୀତ, ଓ୍ୱେଷ୍ଟଇଣ୍ଡିଜକୁ ଦେଲେ ୩୧୮ ରନର ବିଜୟ ଲକ୍ଷ୍ୟ
1 min readହାମିଲଟନ: ମହିଳା ବିଶ୍ୱକପରେ ଇତିହାସ ରଚିଲା ଭାରତ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ବ୍ୟତୀତ ହରମନପ୍ରୀତ କୈର ଏହି ମ୍ୟାଚରେ ଶତକ ଲଗାଇଛନ୍ତି । ମହିଳା ବିଶ୍ୱକପ ଆରମ୍ଭ ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ଫର୍ମକୁ ନେଇ ବେଶ୍ ଟାର୍ଗେଟରେ ଥିଲେ । କିନ୍ତୁ ଆଜି ଏହି ଦୁଇ ଖେଳାଳି ଦମଦାର ଶତକ ହାସଲ କରି ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।
Innings Break!
A brilliant batting display by #TeamIndia to post 317/8 on the board against the West Indies! ? ?
1⃣2⃣3⃣ for @mandhana_smriti
1⃣0⃣9⃣ for @ImHarmanpreetOver to our bowlers now! ? ? #CWC22 | #WIvIND
Scorecard ▶️ https://t.co/ZOIa3KL56d pic.twitter.com/BTwRiDkuB9
— BCCI Women (@BCCIWomen) March 12, 2022
ଆଜି ମହିଳା ବିଶ୍ୱକପରେ ତୃତୀୟ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ଭେଟିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭ ଭାରତର ଦୁଇ ଓପନର ୟସିକା ଭାଟିଆ ଓ ସ୍ମୃତି ମାନ୍ଧାନା ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଓ୍ୱିକେଟ ପାଇଁ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୯ ରନର ପାର୍ଟନରସିପ୍ କରିଥିଲେ । ଏହା ପରେ ୟସିକା ଭାଟିଆଙ୍କ ଆଉଟ ହେବା ପରେ ଅଧିନାୟକ ମିତାଲି ରାଜ୍ ଓ ଦିପ୍ତି ଶର୍ମା ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ୭୮ ରନରେ ତିନୋଟି ଓ୍ୱିକେଟ ଯିବା ପରେ ପାରି ସମ୍ଭାଳିଥିଲେ ଉପ-ଅଧିନାୟକ ହରମନପ୍ରୀତ କୌର ।
1⃣2⃣3⃣ Runs
1⃣1⃣9⃣ Balls
1⃣3⃣ Fours
2⃣ SixesSuperb batting display from @mandhana_smriti! ? ?
What an innings! ? ? #TeamIndia | #CWC22 | #WIvIND
Follow the match ▶️ https://t.co/ZOIa3KL56d
? ?: ICC/Getty pic.twitter.com/IcGbJuTYWO
— BCCI Women (@BCCIWomen) March 12, 2022
ସ୍ମୃତି ମନ୍ଧାନା ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ । ସେ ୧୧୯ ବଲରୁ ୧୨୩ ରନର ଦମଦାର ଇନିଂସ ଖେଳିଥିଲେ । ସ୍ମୃତିଙ୍କ ଦମଦାର ଶତକ ପରେ ହରମନପ୍ରୀତ ମଧ୍ୟ ଧୁଆଁଧାର ଶତକ ହାସଲ କରିଥିଲେ । ହରମନପ୍ରୀତ କୌର ୧୦୭ ବଲରୁ ୧୦୯ ରନର ଧୁଆଁଧାର ପାଳି ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଶତକ ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ ହରାଇ ୩୧୭ ରନର କରିଛି । ଯାହା ଫଳରେ ଏହି ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ୩୧୮ ରନର ବଡ଼ ସ୍କୋର ରଖିଛି ।