spot_img

Latest Posts

ବିମାନରେ ଧୂଆଁ, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲକ୍ଷ୍ମୌ: ବଡ଼ ଅଘଟଣରୁ ବର୍ତ୍ତିଲା ବିମାନ। ଲକ୍ଷ୍ମୌ ବିମାନ ବନ୍ଦରରେ ବିମାନ କଲା ଅବତରଣ। ସାଉଦି ଏୟାରଲାଇନ୍ସର ଏହି ବିମାନ ହଜ ଯାତ୍ରୀଙ୍କୁ ଧରି ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନ କରିଛି ଜରୁରୀ ଅବତରଣ। ବିମାନରୁ ଧୂଆଁ ବାହାରିବା ସହ ଗୋଟିଏ ଚକରୁ ସ୍ପାର୍କ ହୋଇଥିବା ଜଣାଯାଇଛି।  ଏହି ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଥିଲା। ସୂଚନା ପାଇ ବିମାନବନ୍ଦରର ଜରୁରୀକାଳୀ ସେବା ବିଭାଗ ପଦକ୍ଷେପ ନେଇଥିଲା। ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ କୌଣସି ଅଘଟଣ ଘଟିନାହିଁ। ତେବେ ବିମାନରେ ସୃଷ୍ଟି ହୋଇଥିବା ସମସ୍ଯାର ସମାଧାନ କରାଯାଇଥିଲା। ଓଭରହିଟ କାରଣରୁ ହୁଇଲରୁ ସ୍ପାର୍କ ସୃଷ୍ଟି ହୋଇଥିବା ଜଣାଯାଇଛି। SV 3112 ବିମାନ ଜେଡାହରୁ ରାତି ୧୦ଟା ୪୫ରେ ବାହାରିଥିଲା। ଆଜି ଭୋର ସାଢେ ୬.୩୦ରେ ବିମାନ ଲକ୍ଷ୍ମୌ ବିମାନ ବନ୍ଦରରେ ପହଞ୍ଚିଥିଲା। ବିମାନରେ ୨୫୦ ଯାତ୍ରୀ ଥିବା ସୂଚନା ମିଳିଛି।

Latest Posts

Don't Miss