ସ୍ମିତାରାଣୀ ମୃତ୍ୟୁ ଘଟଣା: ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌

ଯାଜପୁର: ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା । ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍‌ ଗେଷ୍ଟ ହାଉସରେ ବୁଲ୍‌ଡୋଜର ବୁଲିଛି । ପାଚେରୀ ଓ କୋଠାକୁ ଭଙ୍ଗା ଯାଇଛି । ଗେଷ୍ଟ ହାଉସ୍‌ ଭାଙ୍ଗିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

ରୂପେଶଙ୍କ ପତ୍ନୀ ଓ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଉତ୍ତେଜନାକୁ ଆଖିରେ ରଖି ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଯାଜପୁର ଏଡିଏମ୍‌, ଧର୍ମଶାଳା ତହସିଲଦାର ଉପସ୍ଥିତ ଅଛନ୍ତି। ଗତ ବର୍ଷ ଅକ୍ଟୋବର ୧୬ରେ ଗେଷ୍ଟ ହାଉସ୍‌ରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ମୃତଦେହ । ଏହାପରେ ଅଭିଯୁକ୍ତ ରୂପେଶଙ୍କୁ ଗିରଫ କରାଯାଇଥିଲା। ଘଟଣାର ତଦନ୍ତ ବେଳେ ଗେଷ୍ଟ ହାଉସଟି ସରକାରୀ ଜମି ଉପରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ଜଣାପଡିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ୍‌କୁ ସିଲ୍‌ କରାଯାଇଥିଲା। ଆଜି ଗେଷ୍ଟ ହାଉସ୍‌ରୁ ସମସ୍ତ ଆସବାବପତ୍ର ବାହାର କରିବା ପରେ ଏହାକୁ ଭଙ୍ଗାଯାଉଛି।

Leave a Reply