ସଜେଇ ହେଉଛି ସ୍ମାର୍ଟ ସ୍କୁଲ, ଧନ୍ୟବାଦ ଦେଉଛନ୍ତି ଗ୍ରାମବାସୀ

ବଲାଙ୍ଗୀର: ସରକାର ଶିକ୍ଷାର ଉନ୍ନତି ପାଇଁ ଆରମ୍ଭ କରିଛନ୍ତି ସ୍ମାର୍ଟ ବିଦ୍ୟାଳୟ । ବଦଳିଛି ସରକାରୀ ବିଦ୍ୟାଳୟର ରୂପରେଖ। ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ଏବେ ସରକାରୀ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀ ସୁଦୃଢ କରାଯାଇ ଉନ୍ନତ୍ତ ମାନର ଶିକ୍ଷାଦାନ କରିବାର ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଦ୍ୟାଳୟକୁ ସ୍ଲାର୍ଟ ସ୍କୁଲ ର ମାନ୍ୟତା ମିଳିଛି । ଶେଷ ସ୍ପର୍ଶରେ ଏବେ ଏହି ସବୁ ବିଦ୍ୟାଳୟ । ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ୍ ଖୁସୀ ଥିବା ବେଳେ ଅବିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି ।

ବଦଳିଛି ସରକାରୀ ହାଇସ୍କୁଲର ଚିତ୍ର । ନୂଆ ରୂପ ପାଇଛି ହାଇସ୍କୁଲ । ସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ପ୍ରଥମ ପର୍ଯ୍ୟାୟରେ ୬ ଟି ବିଦ୍ୟାଳୟ ଡିଜିଟାଲାଇଜେସନ ହେଇଛି ।  ବଙ୍ଗୋମୁଣ୍ଡା ବ୍ଲକ ସିଂଧେକେଲା ରେ ଥିବା ପଲ୍ଲୀ ପ୍ରଗତି ହାଇସ୍କୁଲ ର ଦୃଶ୍ୟ ଅତ୍ୟାଧୂନିକ ବ୍ୟବସ୍ଥା ସହିତ ସୌନ୍ଦର୍ଯ୍ୟିକରଣ ହୋଇଛି ।ସ୍ମାର୍ଟ କ୍ଲାସ ରୁମ, ଇ ଲାଇବ୍ରେରୀ, ଉନ୍ନତ୍ତମାନ ର ପରୀକ୍ଷାଗାର,ଇନଫରମେସ ପାର୍କ , ବୋଟାନିକାଲ ଗାର୍ଡେନ ସହିତ ସୁଦ୍ଧ ପାନୀୟ ଜଳ ଓ ସୌଚାଳୟ ବ୍ୟବସ୍ଥା କରାଯାଇଛି ଏହି ବିଦ୍ୟାଳୟଗୁଡିକରେ।ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ସ୍କୁଲ କାନ୍ଥରେ ଲେଖାଯାଇଛି ନିତୀବାଣୀ ।

ଏମିତି ନୂତନ ବିଦ୍ଯାଳୟକୁ ପାଇ ଛାତ୍ରାଛାତ୍ରୀ ତଥା ଗ୍ରାମବାସୀମାନେ ବେଶ୍ ଖୁସୀ ଥିବା ସହିତ ରାଜ୍ୟ ସରକାର ଓ 5ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।
୫ଟି ଅଧିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ପ୍ରଥମ ପର୍ଯ୍ୟାୟରେ ୩ ଟି ବ୍ଲକ ର ୬ଟି ହାଇସ୍କୁଲର ରୁପାନ୍ତରିକରଣ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ର ପଲ୍ଲୀଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସିଂଧେକେଲା, ତୁରେକେଲା ବ୍ଲକର କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ , ତୁରେକେଲା ଉଚ୍ଚ ବିଦ୍ୟାଳୟ ଓ ମୁରିବାହାଲ ବ୍ଲକର ସିରୋଲ ଉନ୍ନତି ଉଚ୍ଚ ବିଦ୍ୟାଳୟ , ଲେବଡା ଉଚ୍ଚ ବିଦ୍ୟାଳୟ, ମୁରିବାହଲ ପଂଚାୟତ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲକୁ ରୁପାନ୍ତୀକରଣ କରାଯାଇଛି ।ଆସନ୍ତା ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିଡିଓ କନଫରେନସିଂ ଜରିଆରେ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏପରିକି ଏହି କାର୍ଯ୍ୟକ୍ରମରେ ଛାତ୍ରାଛାତ୍ରୀମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡିର ରୁପାନ୍ତିକରଣ ଫଳରେ ଏବେ ଗାଁ ଗୁଡିକରେ ମିଳିବ ଉଚ୍ଚମାନର ଶିକ୍ଷା ସହିତ ଅତ୍ୟାଧୁନିକ ସୁବିଧା ସୁଯୋଗ । ଏହାକୁ ନେଇ ସବୁ ମହଲରେ ଏବେ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply