ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା

1 min read

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରାଙ୍କ କାରନାମା । ସିସିଟିଭିରେ କଏଦ ହେଲା ପୁରା ଲୁଟେରାଙ୍କ ଦୃଶ୍ୟ  । ଜୁଏଲାରି ଦୋକାନକୁ ପାଉଁଜି କିଣିବାକୁ ଯାଇ ଲୁଟିନେଲେ ଗହଣା । ୩ ଜଣ ମହିଳା ଶିବ ଶାନ୍ତି ଜୁଏଲାରିକୁ ପାଉଁଜି କିଣିବା ପାଇଁ ଯାଇ ଏଭଳି କାରନାମା କରିଛନ୍ତି । ଜୁଏଲାରି ମାଲିକ ପାଉଁଜି ଗଣିବା ବେଳେ କମ ହେବାରୁ ସେହି ୩ ମହିଳାଙ୍କ ଉପରେ ତାଙ୍କର ସନ୍ଦେହ ଉପୁଜିଥିଲା । ସିସିଟିଭି ଫୁଟେଜ ଚେକ୍‌ କଲା ପରେ ସେହି ୩ ମହିଳା ଚୋରି କରିଥିବା ଜଣା ପଡ଼ିଥିଲା । ଏନେଇ ସୁନା ଦୋକନ ମାଲିକ ରାଜ କିଶୋର ପଣ୍ଡା ଖାରବେଳ ନଗର ଥାନାରେ ଏକ ଏତଲା ଦେଇଛନ୍ତି ।  ଖାରବେଳ ନଗର ଥାନା ପୋଲିସ ସିସିଟିଭି ଫୁଟେଜ ଜରିଆରେ ତାର ତଦନ୍ତ ଆରମ୍ଭ କରିଛି ।

')}

Leave a Reply