ସ୍ମାର୍ଟ ସିଟିରେ ଭେଣ୍ଡିଂ ଜୋନର ସ୍ଥାନ ନେବ ‘ସ୍ମାର୍ଟ କିଓସ୍କ’

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଶିଶୁଭବନ ଠାରୁ ବାଣୀବିହାର ରାସ୍ତା ହେବ ‘ସ୍ମାର୍ଟ ଜନପଥ’ । ରୂପାଲି ଛକରୁ ଭେଣ୍ଡିଂ ଜୋନ୍ ଉଚ୍ଛେଦ ସହିତ ତ୍ୱରାନ୍ୱିତ ହେଲା ପ୍ରକଳ୍ପ କାର୍ଯ୍ୟ । ବିକାଶ କାର୍ଯ୍ୟକୁ ସ୍ୱାଗତ କରୁଥିଲେ ହେଁ ଥଇଥାନ ପୂର୍ବରୁ ଉଚ୍ଛେଦକୁ ନେଇ ଉଠା ଓ ଭେଣ୍ଡିଂ ଜୋନ୍ ଦୋକାନୀ ମହାସଂଘ ଉଠାଇଛି ପ୍ରଶ୍ନ ।

ପ୍ରଥମ ପର୍ଯ୍ୟାୟରେ ଶିଶୁଭବନ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ସ୍ମାର୍ଟ ଜନପଥ’ ଆଖ୍ୟା ଦେବାକୁ ଲକ୍ଷ୍ୟ ରଖିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ପ୍ରାୟ ୫ କିଲୋମିଟର ରାସ୍ତା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ହେବ ବିକାଶ । ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୭୯.୫୬ କୋଟି ଟଙ୍କା । ରାସ୍ତାର ଉଭୟ ପଟରେ ଥିବା ବିଏମସି ଭେଣ୍ଡିଂ ଜୋନର ସ୍ଥାନ ନେବ ସ୍ମାର୍ଟ କିଓସ୍କ । ଉଚ୍ଛେଦ ପରେ ସ୍ମାର୍ଟ କିଓସ୍କରେ ଥଇଥାନ ହେବେ ଭେଣ୍ଡିଂ ଜୋନରେ କ୍ଷତିଗ୍ରସ୍ତ ଦୋକାନୀ । ମୋଟ ୩ଶହ ସ୍ମାର୍ଟ କିଓସ୍କ ମଧ୍ୟରୁ ୧୨୦ଟି ନିର୍ମାଣ ହୋଇସାରିଥିବା ବେଳେ ୬୪ ଜଣଙ୍କୁ ଆବଣ୍ଟନ କରାଯାଇଛି । ଏଥିପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ ।

ସ୍ମାର୍ଟ ସିଟିର ବିକାଶକୁ କେହି ବିରୋଧ କରୁନାହାନ୍ତି । ତେବେ, ଉଚ୍ଛେଦ ହେବାକୁ ଥିବା ସମସ୍ତ ଦୋକାନୀଙ୍କୁ ଥଇଥାନ ପୂର୍ବକ ସ୍ମାର୍ଟ କିଓସ୍କ ମଧ୍ୟ ଆବଣ୍ଟନ ହୋଇନାହିଁ । ସେପଟେ ସମସ୍ତ କିଓସ୍କ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇନଥିବାରୁ ଉଠାଦୋକାନୀ ମହାସଂଘ ଏହାକୁ ନେଇ ଉଠାଇଛି ପ୍ରଶ୍ନ । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯାଉ ବୋଲି ଅଡିବସିଛି ସଂଘ । ପ୍ରଥମ ଦିନରେ ରୂପାଲି ଛକ ଭେଣ୍ଡିଂ ଜୋନରୁ ୧୫ଟି ଦୋକାନ ଉେଚ୍ଛଦ ହୋଇଛି । ମଙ୍ଗଳବାର ହେବ ରାମମନ୍ଦିର ଛକ ଓ ଶ୍ରୀୟା ଛକରୁ ଉେଚ୍ଛଦ ।

Leave a Reply