ରାୟଗଡ଼ାରେ BSKY କାର୍ଡ ବଣ୍ଟନ ଆରମ୍ଭ, ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read
Smart BSKY Card Distribution Started In Rayagada

ରାୟଗଡ଼ା: ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯୋଡ଼ି ହେଲା ରାୟଗଡ଼ା । ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାମ ପାଇଁ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଶିଳ୍ପ କ୍ଷେତ୍ରରେ ରାୟଗଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ । ବଦଳିଛି ରାୟଗଡ଼ା, ଜନଜାତି ଭାଇଭଉଣୀଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆସିଛି ।

ରାୟଗଡ଼ା ମିଶନ ଶକ୍ତି ମାଆମାନେ ସାଜିଛନ୍ତି ପରିବର୍ତ୍ତନର ସାରଥି । ୪ ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ୍‌ର ମାଆମାନେ ରୋଜଗାରକ୍ଷମ ହୋଇଛନ୍ତି । ଜଳସେଚନର ବିକାଶ ପାଇଁ ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଶୀଘ୍ର ସରିବ । ଗୁଣପୁର ବ୍ଲକର ଏକ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ । ବିଏସକେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହୋଇଛି ରାୟଗଡ଼ା ।

 Smart BSKY Card Distribution Started In Rayagada

ଏଥିରେ ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଉପକୃତ ହେବେ । ସ୍ମାର୍ଟ କାର୍ଡରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ । ଦେଶର ୨ ଶହରୁ ଅଧିକ ବଡ଼ ହସ୍ପିଟାଲ୍‌ରେ ମିଳିବ ସ୍ୱାସ୍ଥ୍ୟସେବା । ପୁରୁଷଙ୍କୁ ୪ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ।

Leave a Reply