spot_img

Latest Posts

ପୂରା ହେଲା ନୀରଜଙ୍କ ଆଉ ଏକ ସ୍ୱପ୍ନ; ଜାଣନ୍ତୁ କ’ଣ ସେହି ସ୍ୱପ୍ନ…

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ହାତେଇ ଚର୍ଚ୍ଚାକୁ ଆସିଥିଲେ ନୀରଜ ଚୋପ୍ରା। ଯିଏକି ଭାରତର ୧୨୪ ବର୍ଷର ଅଲମ୍ପିକ୍ ଇତିହାସରେ ପ୍ରଥମ ଥର ପାଇଁ ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ। ଆଉ ଏବେ ସୋସିଆଲ୍ ମିଡିଆର ଏକ ପୋଷ୍ଟ ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରା ହୋଇଛି ।

ସୂଚନା ଅନୁଯାୟୀ, ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ତାଙ୍କ ପିତାମାତାଙ୍କୁ ଫ୍ଲାଇଟରେ ବୁଲାଇବାକୁ ନେଇଛନ୍ତି । ମା’ ସରୋଜ ଦେବୀ ଓ ବାପା ସତିଶ ଚୋପ୍ରାଙ୍କ ସହ ବିମାନରେ ବୁଲିବା ତାଙ୍କର ସ୍ୱପ୍ନ ଥିଲା ।

ସୋସିଆଲ ମିଡିଆରେ ନୀରଜ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପିତାମାତାଙ୍କ ସହ ଫ୍ଲାଇଟ୍ ଭିତରେ ବସିଥିବା ବେଳେ ବହୁତ ଖୁସି ଥିବା ନଜର ଆସିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଆଜି ଜୀବନର ସ୍ୱପ୍ନ ସାକାର ହେଲା ଆଉ ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସାଇପାରିଛି । ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି।

ତେବେ ଟୋକିଓ ଅଲମ୍ପିକ୍ସରେ ପଦକ ଜିତିବା ପରେ ନୀରଜ କହିଥିଲେ ଯେ ସେ ଏବେ କିଛି ଦିନ ପରିବାର ସହିତ ସମୟ ବିତାଇବେ। ପରବର୍ତ୍ତୀ ସମୟରେ କମନୱେଲଥ ଗେମ୍ସ, ଏସୀଆନ୍ ଗେମ୍ସ ଏବଂ ଓ୍ୱାଲ୍ଡ ଚାମ୍ପିଅନସିପ ପାଇଁ ଅଭ୍ୟାସ ଆରମ୍ଭ କରିବେ । ଆସନ୍ତା ବର୍ଷ ଏହିସବୁ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି ।

Latest Posts

Don't Miss