spot_img

Latest Posts

ବୟସ ଆଗରେ ହାର ମାନିଲା ଖାଲଖମା, ଗୋଡ଼ି ବାଲି ବୋହି ରାସ୍ତା ମରାମତି କଲେ କୁନି କୁନି ପିଲା

 ଭଦ୍ରକ: ତୁମ ପରି ଛୋଟ ପିଲାଟିଏ, ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ। କୁନି କୁନି ପିଲାଙ୍କ ରାସ୍ତା ସମତୁଲ ଚିନ୍ତା, ରାସ୍ତା କଡରେ ପଡ଼ିଥିବା ଗୋଡିକୁ ବୋହି ନେଇ ଖାଲରେ ପକାଇ ସମତୁଲ କରିବାର ପ୍ରୟାସ। କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛନ୍ତି। ଏହି ଚିତ୍ର ବୟାନ କରୁଛି, ଛୋଟ ପିଲା ବେଳେ ବହିରେ ପଢ଼ୁଥିବା ତୁମ ପରି ଛୋଟ ପିଲା ଟିଏ ଗାଁ ଚାହାଳୀର ଚାଟ ସିଏ ଉକ୍ତିଟି। ଦୃଶ୍ୟ ହେଉଛି ଭଦ୍ରକ ଗେଲଟୁଆ ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତାର।

ବର୍ଷା ଦିନ ହେଲେ ଏହି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡେ। ଅନେକାଂଶରେ ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ, ଆହୁରି କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି। ଫଳରେ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ। ଶେଷରେ ନିର୍ବୋଧ, ନିଷ୍ପାପ କୁନି କୁନି ପିଲା ଏକ ହୋଇ ଏଭଳି ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଅନ୍ୟ ମାନଙ୍କ ପାଇଁ ନିଶ୍ଚିନ୍ତ ଶିକ୍ଷଣୀୟ। ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି।

Latest Posts

Don't Miss