ଵଡ ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା: ଵଡ ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ନଦୀଘାଟ ନିକଟରେ ଘଟିଛି ଘଟଣା । ଗତକାଲି ରାତିରେ ପିକନିକ ଚାଲିଥିବା ସମୟରେ ଚାରି ରାଉଣ୍ଡ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ମୃତ ସାନ ଭାଇଙ୍କ ମୃତଦେହ ଆଇଜିଏଚ ମର୍ଗ ହାଉସରେ ରଖାଯାଇଥିବା ଵେଳେ ପୋଲିସ ଵ୍ୟଵଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ହତ୍ୟାକାରୀ ଵଡ ଭାଇକୁ ଵିଶ୍ରା ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ଵେଳେ ବିଶ୍ରା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରୁ ପୋଲିସ ୪ ଟି ଖୋଖା ଜଵତ ହୋଇଛି । ହତ୍ୟା ଘଟଣାରେ ଦୁଇଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।