ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ 

ବ୍ରାଟିସ୍ଲାଭା: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ  । କ୍ୟାବିନେଟ ବୈଠକ ପରେ ସମ୍ବୋଧିତ କରୁଥିବା ବେଳେ ଏହି ଆକ୍ରମଣ ଘଟିଛି। ତାଙ୍କୁ ହତ୍ୟା କରିବା ପାଇଁ ଆକ୍ରମଣକାରୀ ଅନେକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ଫିକୋଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭଳି ଗୁଳିମାଡ କରାଯାଇଥିଲା  । ଜଣେ ଆକ୍ରମଣକାରୀ ଥିଲେ କି ଜଣେରୁ ଅଧିକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୋଲିସ ଜଣଙ୍କୁ ଅଟକ ରଖିଛି।

ଗତ ବର୍ଷ ଅକ୍ଟୋବରରେ ଚତୁର୍ଥ ଥର ପାଇଁ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଭାବେ ରବର୍ଟ ଫିକୋ ଦାୟିତ୍ବ ହୋଇଥିଲେ। ସେ ୨୨.୯୪ ପ୍ରତିଶତ ଭୋଟ୍ ସହ ଜିତିଥିଲେ। ରୋବର୍ଟ ଋଷ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ଅଟନ୍ତି।

ସ୍ଲୋଭାକିଆ ପୂର୍ବ ୟୁରୋପର ଏକ ଦେଶ । ଏହି ଦେଶର ପୂର୍ବରେ ୟୁକ୍ରେନ, ପଶ୍ଚିମରେ ଚେକ୍ ରିପବ୍ଲିକ୍, ଉତ୍ତରରେ ପୋଲାଣ୍ଡ ଏବଂ ଦକ୍ଷିଣରେ ହଙ୍ଗେରୀ ସୀମା ରହିଛି  ।