spot_img

Latest Posts

ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି କି? ସାବଧାନ୍! ଭୋଗିପାରନ୍ତି ନାନା ସମସ୍ୟା

ରାତିର ନିଦ ଶରୀର ପାଇଁ ରାମ ବାଣ। ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇଲେ ଆପଣଙ୍କ ଶରୀରର ଅଧା ସମସ୍ୟାର ସମାଧାନ ହୋଇଯାଏ । ଆପଣଙ୍କ ନୀଦ ଯେତେ ଗଭୀର ହେବ ଶରୀର ମଧ୍ୟ ସେତେ ସୁସ୍ଥ ରହିବ। କିନ୍ତୁ ଅନେକ ଲକୋ ରାତିରେ ଅନ୍ଧାରରେ ଶୋଇବାକୁ ଭୟ କରନ୍ତି ତେଣୁ ସେମାନେ ଲାଇଟ୍ ଜଳାଇ ଶୁଅନ୍ତି । ଯଦି ଆପଣ ବି ଏଭଳି ଶୋଉଛନ୍ତି ତେବେ ସାବଧାନ୍। ଏହା ଆପଣଙ୍କ, ସ୍ଲିପ ସାଇକଲ୍କୁ ବିଗାଡ଼ୁଛି । ଯାହା ଫଳରେ ଆପଣ ତ ଶୋଉଛନ୍ତି ହେଲେ ଆପଣଙ୍କ ମସ୍ତିଷ୍କ ଶୋଇପାରୁନାହିଁ।

ଲାଇଟ୍ ଜଳାଇ ଶୋଇଲେ ଆମ ମସ୍ତିଷ୍କ ଆଲର୍ଟ ମୋଡକୁ ଆସିଯାଏ। ମସ୍ତିଷ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ମସ୍ତିଷ୍କ ଏକ ପ୍ରକାରର ହର୍ମୋନ ସୃଷ୍ଟି କରେ ଯାହା ଦ୍ୱାରା ଆମ ନିଦ ହଜିଯାଏ। ଆଉ ଆମେ ରାତି ଶାରା ଶୋଇପାରୁନା । ନିଦ ସମ୍ପୂର୍ଣ୍ଣ ରହିବାରୁ ଶରୀରେ ନାନା ସମସ୍ୟା ଦେଖାଦିଏ। ଆସନ୍ତୁ ଜାଣିବା ଏହିସମସ୍ୟାଗୁଡ଼ିକ ବିଷୟରେ।

ଡିପ୍ରେଶନ : ରାତିରେ ଲାଇଟ୍ ଜଣାଇ ଶୋଇଲେ ଆପଣ ଡିପ୍ରେସନ ବା ମାନିକ ଅବସାଦର ଶିକାର ହୋଇପାରନ୍ତି । ଇଲେକ୍ଟୋରନିକ ସାମଗ୍ରୀରୁ ବାହାରୁଥିବା ବ୍ଲୁ ରେ  ଆମ ମୁଡ୍ ଉପରେ ସବୁଠୁ ଖରାପ ପ୍ରଭାବ ପକାଇଥାଏ। ନିଦର ଅଭାବ ହେତୁ ଆମ ମୁଡ ସବୁବେଳେ ଖରାପ ରୁହେ। ଆଉ ଆମେ ଚିଡ଼ଚିଡ଼ା ହେଉଯାଉ । ଆଉ ଏସବୁ ଅତ୍ୟଧିକ ହେଲେ ମାନସିକ ଅବସାଦ ଦେଖାଦିଏ ।

ମୋଟାପଣ: ଆଜ୍ଞା ହଁ ନିଦର ଅଭାବ ଆପଣଙ୍କୁ ମୋଟା ମଧ୍ୟ କରିପାରେ । ଏକ ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ମହିଳାମାନେ ଟିଭି ଦେଖୁ ଦେଖୁ କିମ୍ବା ଲାଇଟ୍ ଜଣାଇ ଶୋଇଥାନ୍ତି। ତେବେ ଏମାନଙ୍କ କ୍ଷେତ୍ରରେ ମୋଟାପଣର ଭୟ ଅଧିକ ଥାଏ । କର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନେ ରାତିରେ କମ୍ ଶୁଅନ୍ତି ସେମାନେ ପରଦିନ ଅଥିକ ଖାଇଥାନ୍ତି । ଫଳରେ ଏମାନଙ୍କ ଓଜନ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ବଢ଼ିଥାଏ।

ଦୁର୍ଘଟଣା: ପର୍ଯ୍ୟାପ୍ତ ନିଦ ନହେବା ଯୋଗୁ, ପରଦିନ ଆପଣଙ୍କୁ ଅଳଶୁଆ ଲାଗେ ଓ ଦିନ ସାରା ନିଦ ବି ଲାଗେ । ରାତିରେ ଠିକ ଭାବେ ନ ଶୋଇବାରୁ ଅନେକ ଲୋକ ଗାଡ଼ି ଚଲାଇବାବେଳେ ଢୋଳେଇ ପଡ଼ିନ୍ତି । ଯାହାକି ଦୁର୍ଘଟଣାର କାରଣ ହୋଇପାରେ ।  ଯଦି ଆପଣ କାର କିମ୍ବା ବାଇକ୍ ଚଲାନ୍ତି, ତେବେ ସତର୍କ ରୁହନ୍ତୁ । ଏବଂ ରାତିରେ ଭଲଭାବେ ଶୁଅନ୍ତୁ । କେବଳ ଏତିକି ନୁହେଁ ନିଦର ଅଭାବ ଯୋଗୁ ବୟସ୍କ ବ୍ୟକ୍ତିମାନେ ପଡିଯିବାର ବି ଭୟ ରହିଥାଏ ।

ପୂରୁଣା ରୋଗ ବଢ଼ିବ: ଯଦି ଆଲୋକ ଦୀର୍ଘ ସମୟ ଧରି ଆପଣଙ୍କ ନିଦ୍ରାରେ ବାଧା ସୃଷ୍ଟି କରେ, ତେବେ ଆପଣଙ୍କ ଶରୀରରେ କିଛି କ୍ରନିକ ରୋଗ ବା ପୂରୁଣା ରୋଗ ବଢ଼ିବାର ଆଶଙ୍କା ରହିପାରେ । ସେ ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦଘାତ କିମ୍ବା ଟାଇପ୍-୨ ମଧୁମେହ ବି ହୋଇପାରେ ।

କ’ଣ କରିବେ ?

ଶୋଇବାର କିଛି ସମୟ ପୂର୍ବରୁ ହିଁ ବେଡରୁମରେ ଲାଇଟ୍ କମାଇ ଦିଅନ୍ତୁ । ପ୍ରତ୍ୟେକଦିନ ସମାନ ସମୟରେ ଶୁଅନ୍ତୁ। ଯଦି ରାତିରେ କମ୍ପୁଟର କି ଲାପଟମରେ କାମ କରୁଛନ୍ତି ତେବେ ବ୍ଲୁ ଲାଇଟ୍ ବ୍ଲକିଂ ଗ୍ଲାସ ପିନ୍ଧନ୍ତୁ। ଯଦି ଛେଟ ପିଲା ଅନ୍ଧାରରେ ଶୋଇବାକୁ ଭୟ କରୁଛନ୍ତି ତେବେ ନାଇଟ ଲାଇଟ୍ କିମ୍ବା ଅନ୍ୟ କିଛି ହାଲକା ଲାଇଟ୍ ବ୍ୟବହାର କରିପାରନ୍ତି। କିନ୍ତୁ ସେମାନେ ବଡ଼ ହେବା ସହ ରାତିରେ ଶୋଇବା ପୂର୍ବରୁ ତାଙ୍କ ରୁମର ଲାଇଟ୍ କୁ ବନ୍ଦ କରିବା ଭୁଲନ୍ତୁ ନାହିଁ

Latest Posts

Don't Miss