ପୋଲିସକୁ ମାଡ଼ : ଭାଇରାଲ ଭିଡିଓ

ଲକ୍ଷ୍ନୈା : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୈାରେ ପୋଲିସକୁ ମାଡ଼ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଗତ କାଲି ରାତିରେ ଏକ ବରଯାତ୍ରୀ କାର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା । ଗାଡ଼ି ଧକ୍କା ହେବା ପରେ ସମସ୍ତ ବରଯାତ୍ରୀ ରାଗିଯାଇ ପୋଲିସଙ୍କୁ ମାରପିଟ୍ କରିଥିଲେ ।

ଥାନା ହଂସନଗଞ୍ଜସ୍ଥିତ ନିରାଲା ନଗର କ୍ଷେତ୍ରର ରେସିଡେନ୍ସ ନାମକ ଏକ ହୋଟେଲ ନିକଟରେ ଏକ ବାହାଘରର ବରଯାତ୍ରୀ ଯାଉଥିଲା । ଏହି ସମୟରେ ଏହାର ଏକ କାର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ବରଯାତ୍ରୀ ଉତ୍ତ୍ୟକ୍ତ ହୋଇ ଉକ୍ତ ପୋଲିସକୁ ଚାପୁଡ଼ା ମାରିଥିଲେ । ଯାହା ଭିଡିଓ ଭାଇରାଲ ହେଉଛି ।

ସୂଚନା ମୁତାବକ କୈାଣସି କାଗଜପତ୍ର କାରବାରରେ ପୋଲିସ କର୍ମଚାରୀ ଜଣକ ଲକ୍ଷ୍ନୈା ଯାଉଥିଲେ । ରାତ୍ରି ସମୟ ହୋଇଥିବାରୁ ଜଣେ ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ବରଯାତ୍ରୀ କାରଟିକୁ ଧକ୍କା ଦେଇଥିବା କୁହାଯାଉଛି । ସେଠାରେ ଥିବା ବରଯାତ୍ରୀ ପୋଲିସ କର୍ମଚାରୀଙ୍କୁ ମାରପିଟ୍ କରିଥିବା ଜଣାପଡ଼ିଛି । ପୋଲିସ କମିଶନର ଡିକେ ଟାକୁରଙ୍କ ଅନୁସାରେ ଉକ୍ତ ପୋଲିସ କର୍ମଚାରୀ ଜଣକ ପିଲିଭୀତ ଜିଲ୍ଲାର ହୋଇଥିବା ବେଳେ ସେ କୈାଣସି କାର୍ଯ୍ୟରେ ଲକ୍ଷ୍ନୈା ଆସିଥିଲେ । ପୋଲିସଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ଏ ମାମଲାର ତଦନ୍ତ ଚଳାଇଛି ।

Leave a Reply