ଭାରତୀୟ ମହାକାଶ ବିଜ୍ଞାନରେ ନୂଆ ପ୍ରାରମ୍ଭ, ଲଞ୍ଚ୍‌ ହେଲା ପ୍ରଥମ ସ୍ୱଦେଶୀ ରକେଟ ବିକ୍ରମ-ଏସ୍

1 min read

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅଭିଯାନରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଶ୍ରୀହରିକୋଟାରୁ ଲଞ୍ଚ ହେଲ ପ୍ରଥମ ସ୍ୱଦେଶୀ ରକେଟ୍ ବିକ୍ରମ-ଏସ୍ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇସ୍ରୋ ପକ୍ଷରୁ ବିକ୍ରମ-ଏସ୍ ଉତକ୍ଷେପଣ କରାଯାଇଛି । ଏହି ସବଅର୍ବିଟାଲ୍ ମିଶନର ନାଁ  ’ପ୍ରାରମ୍ଭ’ ରଖାଯାଇଛି । ବିକ୍ରମ-ଏସ୍ ରକେଟ ସବ୍‌ ଅର୍ବିଟାଲରେ ଘୂରିବୁଲିବ । ବିକ୍ରମ-ଏସକୁ ହାଇଦ୍ରାବାଦର ସ୍କାଏରୁଟ କମ୍ପାନୀ ନିର୍ମାଣ କରିଛି । ଏହା ଭାରତୀୟ ସ୍ପେସ ଇଣ୍ଡଷ୍ଟ୍ରିକୁ ଏକ ନୂଆ ଦିଶା ଦେବ । ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟର ନାମକରଣ ହୋଇଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ ।

ଖୁବକମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସକୁ ନିର୍ମିତ କରାଯାଇପାରିଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି । ଏହି ରକେଟକୁ କମ୍ ବଜେଟରେ ଲଞ୍ଚ କରାଯାଇଛି । ଶସ୍ତା ଲଞ୍ଚିଂ ପାଇଁ ଏହାର ଇନ୍ଧନରେ ପରିବର୍ତ୍ତନ କରାଯାଇଛି । ଏହାର ଇନ୍ଧନ ଭାବେ ଲିକ୍ୟୁଇଡ ନାଚୁରାଲ ଗ୍ୟାସ (LNG) ଏବଂ ଲିକ୍ୟୁଇଡ ଅକ୍ସିଜେନ (LOX) ର ବ୍ୟବହାର କରାଯାଇଛି । ଏହି ଇନ୍ଧନ ପ୍ରଦୂଷଣ ମୁକ୍ତ । ରକେଟ୍‌ ଲଞ୍ଚିଂ ପୂର୍ବରୁ କମ୍ପାନୀ ପକ୍ଷରୁ ଅନେକ ପ୍ରକାର ପରୀକ୍ଷଣ କରାଯାଇଥିଲା ।