ସ୍କାଏକିଙ୍ଗ୍‌ ଠକେଇ ମାମଲା, ଜେଲ୍ ଗଲେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।

ସୂଚନା ମୁତାବକ ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ରିମାଣ୍ଡ ଅବଧି ମଧ୍ୟରେ ସେ ଅନେକ ସତକଥା ମାନଥିଲେ । ସ୍କାଏକିଙ୍ଗରେ ୬୫ ଲକ୍ଷ ଠକେଇ ନେଇ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ।

ରିମାଣ୍ଡ ସମୟରେ ଜୁନିୟର ପାଠକ ଟାଟା କମ୍ପାନୀରେ ଏମଡି ନଥିବା କଥା ମାନିଥିଲେ। ଏପରିକି କିଭଳି ଆକାଶ ଟାଟାର ଫେକ ଲେଟର ତିଆରି କରିଥିଲେ ? କିଭଳି ଟାଟାର ଜିଏସ୍‌ଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ? ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରିବାକୁ ଜିଏସ୍‌ଟି ନମ୍ବର ବ୍ୟବହାର କରୁଥିଲେ ଆକାଶ । ଆଶାୟୀ ଚାକିରି ପ୍ରାର୍ଥୀ ଓ କମ୍ପାନୀଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ଟାଟା କମ୍ପାନୀର ଜିଏସ୍‌ଟି ନମ୍ବରକୁ ବ୍ୟବହାର କରିବା ଜୁନିଅର ପାଠକଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ଜେରା ବେଳେ ଏ ସବୁ କଥା ମାନିଛନ୍ତି ଆକାଶ ।

ସେପଟେ ବେନାମୀ ଟଙ୍କା କାରବାର ନେଇ ଇଡି ଖୋଳତାଡ କରୁଥିବା ବେଳେ ଖୁବଶୀଘ୍ର ପାଠକ ଓ ପାଣିଗ୍ରାହୀଙ୍କୁ ଜେରା କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।

Leave a Reply