ଚିନି ଛାଡି଼ ଖାଆନ୍ତୁ ଗୁଡ଼, ଦ୍ୱିଗୁଣ ବୃଦ୍ଧି କରିଥାଏ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତର ଦାଉରୁ ଆମକୁ ରକ୍ଷା କରିବ ଗୁଡ। ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ କି ? ଯଦି ଆଶ୍ଚର୍ଯ୍ୟ ହୋଇଛନ୍ତି ତେବେ ଆପଣଙ୍କ ଭୁଲ ନାହିଁ । କାରଣ ଆଧୁନିକ ଯୁଗରେ ଆମ ରୋଷେଇ ଘରୁ ଗୁଡ଼ ଉଭାନ ହୋଇ ଯାଇଛି । ଆଉ ତା’ ସ୍ଥାନ ଅକ୍ତିଆର କରିଛି ଚିନି । ସେଇ ଚିନି ଯାହାକୁ ମଧ୍ୟ ଅନେକ ଧଳ ଜହର ବୋଲି କୁହନ୍ତି । କାରଣ ଚିନି ଭଳି ସର୍କରା ଡାଇବେଟିସର ବଡ଼ କାରଣ । ଏମିତିରେ ଗୁଡ଼ କେମିତି ଆପଣଙ୍କୁ ସୁସ୍ଥ ରଖିବା ସହିତ ଶୀତି ଦିନେ ଶରୀରକୁ ଉଷୁମ ରଖେ ଆସନ୍ତୁ ଜାଣିବା ।

ଆମ ଦୈନନ୍ଦିନ ଜୀବନର  ମିଠା ହେଉଛି ସବୁଠାରୁ ଆବଶ୍ୟକୀୟ ଦ୍ରବ୍ୟ । ସେଥି ମଧ୍ୟରୁ ଗୁଡ ଏମିତି ଏକ ମିଠା, ଯାହାକି ମଣିଷ ଶରୀର ପାଇଁ କେତେ ଯେ, ହିତକର ତାହା ଅନେକଙ୍କ ପାଇଁ ଅଜଣା ଥିବ ।  ଗୁଡ ଖାଇଲେ ଅନେକ ଭିଟାମିନ୍ ଆମ ଶରୀରକୁ ମିଳିଥାଏ । କେବଳ ପାଟିକୁ ମିଠା ଲାଗିନଥାଏ ପୁଣି ମଣିଷ ଶରୀର ପାଇଁ ଗୁଡ ଖୁବ ଲାଭଦାୟକ । ଏଥିରେ ସୋଲାନିୟମ, ଆଇରନ, ଫୋଲିକ ଏସିଡ୍‌, କ୍ୟାଲସିୟମ, ଏବଂ ପୋଟାସିୟମ ରହିଥାଏ । ଯାହାକି ଶରୀର ପାଇଁ ଖୁବ ଜରୁରୀ ।

ମିଠା ଦ୍ରବ୍ୟ ଭିତରେ ଗୁଡର ଫାଇଦା ସଂପର୍କରେ କିଛି ଜରୁରୀ ତଥ୍ୟ ଜାଣିବା । ଶୀତ ପାଇଁ ରାମବାଣ ହେଉଛି ଗୁଡ । ଆଜ୍ଞା ହଁ ଗୁଡ ପୁଣି ଶୀତଦିନେ ଶରୀରକୁ ଗରମ ରଖେ ।

ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ଖାଦ୍ୟ ନେବାକୁ ପସନ୍ଦ କରନ୍ତି । ଅନ୍ୟପଟେ ଗୁଡର ପ୍ରଭାବ ସାଧାରଣତଃ ଗରମ ଥାଏ । ତେବେ ଗୁଡକୁ ଅନେକ ଉପାୟରେ ଲାଭ ଉଠାଇ ପାରିବା । ଗୁଡ ଠାରୁ ଭଲ ପୁଣି ଶସ୍ତା ଗରମ ଖାଦ୍ୟ ଆଉ କ’ଣ ବା ହୋଇପାରେ । ଏହାକୁ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବଢେ । ଏହା ସହିତ ଆମ ଶରୀରର ମେଟାବୋଲିଜିମକୁ ଆହୁରି ମହଭୁତ ରଖିଭାବେ ବିଶେଷ ସାହାଯ୍ୟ କରେ । ଗୁଡ ଶରୀରର ଆଇରନ ଭାଗକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଶରୀର ରୋଗ ପ୍ରତିରୋଧକ ଶକ୍ତିକୁ ଗୁଡ ଦ୍ୱିଗୁଣ କରିଥାଏ ।

ଆର୍ୟୁବେଦରେ ଗୁଡ଼ର ବିଶେଷ ସ୍ଥାନ ରହିଛି ।  ଗୁଡକୁ ଋଷିମୁନିମାନେ ଅନେକ ରୋଗ ବ୍ୟାଧିର ଉପଶମ ନିମନ୍ତେ ବ୍ୟବହାର କରିଆସୁଥିଲେ । ଗୁଡ କେବଳ ଯେ, ମଣିଷର ମିଠା ଖାଇବାର ଲାଳସାକୁ ଶାନ୍ତ କରିଥାଏ, ତାହା ନୁହେଁ, ବରଂ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ମଧ୍ୟ ହୁଏ । ଗୁଡ ଖାଇଲେ ଥଣ୍ଡା କାଶ ମଧ୍ୟ ଭଲ ହୁଏ, ଏହା ସହିତ ହାଡ ମଧ୍ୟ ମଜଭୁତ ରୁହେ । ଅନେକ ଉପାୟରେ ଗୁଡ ସେବନ କରିପାରିବେ, ଯେପରି ଗୁଡ ଗୋଲମରିଚ ମିଶାଇ ଖାଇଲେ ଶରୀରରେ ଥଣ୍ଡା ଭଳି ଏକ ରୋଗ ସମୁଳେ କମିଯିବ ।

ଆମେ ଯଦି କହିବା ଆଜିର ଯୁବପିଢୀ ଗୁଡ ଖାଇବାକୁ ସେତେଟା ପସନ୍ଦ କରିନଥାନ୍ତି । କିନ୍ତୁ ବର୍ତ୍ତମାନର ଆକଳନ ଅନୁଯାୟୀ ଧିରେ ଧିରେ ଯୁବପିଢୀ ମଧ୍ୟ ଗୁଡକୁ ନିଜ ଆହାରରେ ସାମିଲ କରିଲେଣି ।