ପକସୋ ଆକ୍ଟରେ ମାମଲା ରୁଜୁ କରିବା ପାଇଁ ସ୍କିନ ଟୁ ସ୍କିନ ଟଚ୍ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

1 min read
Supreme Court Refused Application Seeking Against Offline CBSE Exam

ନୂଆଦିଲ୍ଲୀ: ନାବାଳିକା ଯୌନ ଶୋଷଣ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପକସୋ ଆକ୍ଟରେ ମାମଲା ରୁଜୁ କରିବା ପାଇଁ ସ୍କିନ ଟୁ ସ୍କିନ ଟଚ୍ ଜରୁରୀ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍ ଉଦୟ ଉମେଶ ଲଳିତ, ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ନାବାଳିକାଙ୍କ ଅଙ୍ଗକୁ ସ୍ପର୍ଶ କରିଲେ ପକସୋ ଆକ୍ଟରେ ମାମଲା ରୁଜୁ ହୋଇପାରିବ ।

 'Skin-to-skin' contact not necessary for sexual assault under POCSO Act: SC

ସ୍ପର୍ଶର ଅର୍ଥକୁ କେବଳ ସ୍କିନ-ଟୁ-ସ୍କିନରେ ସୀମିତ ରଖିବା ସଂକୀର୍ଣ୍ଣ ମାନସିକତାର ପରିଚୟ । ତେବେ ବମ୍ବେ ହାଇକୋର୍ଟଙ୍କ ଏପରି ରାୟ ପକସୋ ଆକ୍ଟର ଅସଲ ଉଦ୍ଦେଶ୍ୟ ଧ୍ୱଂସ ହୋଇଯିବ । ବମ୍ବେ  ହାଇକୋର୍ଟଙ୍କ ଏହି ରାୟକୁ ବିରୋଧ କରି ମହାରାଷ୍ଟ୍ର ସରକାର, ଜାତୀୟ ମହିଳା ଆୟୋଗ ଓ ଆଟର୍ନି ଜେନେରାଲ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

Leave a Reply