ଓଡ଼ିଶାରେ ସ୍କିଲ କନକ୍ଲେଭ, ନିଯୁକ୍ତିର ବଡ଼ ସୁଯୋଗ

1 min read

ଭୁବନେଶ୍ୱର: ଦକ୍ଷତା ବିକାଶ ବିଭାଗର ସାମ୍ବାଦିକ ସମ୍ମିଳନୀ  । ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  । ଓଡ଼ିଶାରେ ପ୍ରଥମଥର ହେବାକୁ ଯାଉଛି ଦକ୍ଷତା କନକ୍ଲେଭ  । କର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପ୍ରତିଭା ମାନଙ୍କୁ ଆଗକୁ ଆଣିବା  । ଯେଉଁ ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦,୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି  ।

ଓଡ଼ିଶାର ଯୁବକ-ଯୁବତୀ ସଠିକ ସମୟରେ ପ୍ଲାଟଫର୍ମ ଖୋଜିଲେ ମଧ୍ୟ ପାଇ ପାରନ୍ତି ନାହିଁ  । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଯୁବକ ଯୁବତୀଙ୍କ ଅଭିନବ ପରିକଳ୍ପନା କରିଛନ୍ତି  । ଏହି ସ୍କିଲ କନକ୍ଲେଭରେ ନିଜର ପାରଦର୍ଶିତା ଦେଖାଇ ନିଯୁକ୍ତି ପାଇପାରିବେ ଦକ୍ଷ ଯୁବକ-ଯୁବତୀ  । ପ୍ରତିଟି ବ୍ୟକ୍ତି ନିଜକୁ ଦକ୍ଷ କରିବାର ଆବଶ୍ୟକତା ରହିଛି  । ଯେତେବେଳେ ଦକ୍ଷତାର ଅଭାବ ରହିଥାଏ, ସେତେବେଳେ ନିଯୁକ୍ତି ଅଭାବ ସୃଷ୍ଟି ହୋଇଥାଏ  ।

ତେଣୁ ସଠିକ ପ୍ଲାଟଫର୍ମରେ ସବୁ ବର୍ଗର ପିଲାଙ୍କୁ ନିଯୁକ୍ତି ଦେବା ସରକାରଙ୍କ ମୂଳ ଲକ୍ଷ୍ୟ  । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଭିତରେ ଥିବା ପ୍ରତିଭାକୁ ପ୍ରଦର୍ଶନ କରିପାରିବେ  । ଯଦ୍ୱାରା ନିଜର କନ୍ଫିଡେନ୍ସ ଲେବଲ ବଢିପାରିବ  । ସେମାନେ ନିଯୁକ୍ତି ପାଇପାରିବେ, ନିଜେ ଜଣେ ଜଣେ ଉଦ୍ୟୋଗୀ ହୋଇପାରିବେ  । ଯାହା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ  ।