ଧାନ ବିଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ

Skeleton Found From Paddy Field Of Ganjam Khallikote  

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଆତଙ୍କ । ଧାନ ବିଲରେ ନର କଙ୍କାଳ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛି । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଭେଜିପୁଟ ଗ୍ରାମବାସୀ । ଆଜି ଅପରାହ୍ଣରେ ଭେଜିପୁଟ ଗ୍ରାମର ଗଞ୍ଜ ନାଳ ନିକଟ ଧାନ ବିଲକୁ ଧାନ କାଟିବାକୁ ଯାଇଥିଲେ କିଛି ଚାଷୀ । ଧାନ କାଟୁ କାଟୁ ଦେଖିଥିଲେ ପଡ଼ିଛି ହାଡ଼ ।

Skeleton Found From Paddy Field Of Ganjam Khallikote  

ହାଡ଼ ଗୁଡ଼ିକୁ ଦେଖି ସେମାନଙ୍କ ଭୟଭୀତ ହୋଇ ପଡ଼ିଥିଲେ । ପରେ ଦେଖିବା ବେଳକୁ କ୍ଷେତ ସାରା ନରକଙ୍କାଳର ଅଂଶ ଏଣେତେଣେ ପଡ଼ି ରହିଛି । ତେବେ ଏହି ନରକଙ୍କାଳ କାହାର ଏଠାରେ କେମିତ ପଡ଼ିଲା ? ସେନେଇ କେହି କିଛି ଜାଣିନାହାଁନ୍ତି । ତେବେ, ନରକଙ୍କାଳ ପାଖରେ ଚୁଟି ପଡ଼ିଥିବାରୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Skeleton Found From Paddy Field Of Ganjam Khallikote  

ତେବେ, ଗୁଣି ପରେ କେହି ଶବକୁ ବିଲରେ ଫୋପାଡ଼ି ଦେଇଥିଲା କି ? ନା ଯୋଜନାବଦ୍ଧ ଭାବେ କାହାକୁ କରାଯାଇଛି ହତ୍ୟା ? ଏବେ ଏସବୁ ପ୍ରଶ୍ନ ଉଙ୍କି ମାରୁଛି । ବିଲରେ ନରକଙ୍କାଳର ବିଭିନ୍ନ ଅଂଶ ଏଣେତେଣେ ପଡ଼ିଥିବା ବେଳେ ଖପୁରି ବି ପଡ଼ିଛି । ତେବେ, ଏ ନରକଙ୍କାଳ କାହାର ? ପୋଲିସ ଛାନଭିନ୍ ଚଳାଇଛି ।

Leave a Reply