ଶ୍ରୀମନ୍ଦିରରେ ବନ୍ଦ ହେବ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର

ପୁରୀ: ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ। ପ୍ରାକୃତିକ ବସ୍ତୁରେ ପ୍ରସ୍ତୁତ ସାମଗ୍ରୀ ଯଥା ଚାଙ୍ଗୁଡ଼ି, ବ୍ୟାଗ ମାଧ୍ୟମରେ ଫୁଲ ଓ ଭୋଗ ସାମଗ୍ରୀ ଶ୍ରୀମନ୍ଦିରକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ମହାପ୍ରସାଦ ଓ ଭୋଗକୁ ପତ୍ର କିମ୍ବା କୋଡୁଆରେ ଦେବା ପାଇଁ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି।