ଭୋପାଳରେ ଅଭାବନୀୟ ଘଟଣା, ସିଙ୍ଗଡ଼ାର ଲୋଭ ଦେଖାଇ ନାବାଳିକାକୁ ଗଣଦୁଷ୍କର୍ମ

ଭୋପାଳ:   ଆମ ଦେଶରେ ପ୍ରତି ୧୬ ମିନିଟରେ ଗୋଟିଏ ଦୁଷ୍କର୍ମ ଭଳି କଳଙ୍କିତ ଅଧ୍ୟାୟ ଯୋଡ଼ି ହୁଏ। କେତେବେଳେ ବସ୍‌ରେ ତ ପୁଣି କେତେବେଳେ ଅଟୋ ବା ଟ୍ୟାକ୍ସିରେ ହୁଏ ଦୁଷ୍କର୍ମ। ଏହି ନରରୂପୀ ରାକ୍ଷସ ମାନଙ୍କ ପାଇଁ ଦୁଷ୍କର୍ମ ହେଉଛି ଏକ ସାମାନ୍ୟ ଖେଳ ପରି । ଏମାନେ ନରକୀୟ କାଣ୍ଡ ଘଟାଇବା ପୂର୍ବରୁ ତିଳେମାତ୍ର ବି ଭାବନ୍ତି ନାହିଁ। ନାବାଳିକାର ଯନ୍ତ୍ରଣା ଏମାନଙ୍କ କାନ ନିକଟରେ ପହଞ୍ଚେନାହିଁ । ଆମ ଦେଶରେ ଏମାନଙ୍କ ପାଇଁ ଦଣ୍ଡ ବିଧାନ ତ ରହିଛି ତଥାପି ନର ରାକ୍ଷସ ଲେଖୁଛନ୍ତି ଦୁଷ୍କର୍ମର କଳା କାହାଣୀ ।

ରାଜଧାନୀ ଭୋପାଳରେ ଯୋଡ଼ି ହୋଇଛି ଆଉ ଏକ କଳଙ୍କିତ ଅଧ୍ୟାୟ। ୬ ବର୍ଷୀୟ ନାବାଳିକାକୁ ସିଙ୍ଗଡ଼ା ଲୋଭ ଦେଖାଇ ଦୁଷ୍ମର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୮ ଦିନ ପୂର୍ବରୁ ଘଟିଥିବା ଘଟଣା ଘର ଲୋକଙ୍କ ସାମ୍ନାକୁ ଆସିବା ପରେ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ପରିବାର ଲୋକ ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୬ ବର୍ଷର କୁନି ଝିଅ ସହିତ ଦୁଷ୍କର୍ମ ମାମଲା ଭୋପାଳରେ ଚର୍ଚ୍ଚାର ବିଷୟ ସାଜିଛି । ଦୁଷ୍କର୍ମ କରିଥିବା ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି ବରଂ ଖୋଦ୍ ନାବାଳିକାର ଜେଜେ ଏବଂ ଜଣେ ଦୂର ସମ୍ପର୍କୀୟ । ଘଟଣା ୮ ଦିନ ପୂର୍ବରୁ ଘଟିଥିଲେ ମଧ୍ୟ ଭୟରେ କାହାକୁ କହିନଥିଲେ ନାବାଳିକା । କିନ୍ତୁ ନାବାଳିକାର ଶରୀର ଅସୁସ୍ଥ ହେବାରୁ ଘଟଣା ବାବଦରେ ତା ମା ଜାଣିବାକୁ ପାଇଥିଲେ ।

ପୋଲିସକୁ ନାବାଳିକା ଦେଇଥିବା ବୟାନ ଅନୁସାରେ, ପ୍ରାୟ ୮ ଦିନ ପୂର୍ବେ ନାବାଳିକା ଓ ତାଙ୍କ ଭାଇଙ୍କୁ ସିଙ୍ଗଡ଼ା ଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଏକ ଘର ମଧ୍ୟକୁ ନେଇଗଲେ । ସେହି ଘରେ ପୂର୍ବରୁ ଉପସ୍ଥିତ ଥିଲା ନାବାଳିକାର ଜେଜେ । ଏହାପରେ ଉଭୟ ମିଶି ଏଭଳି ନିନ୍ଦନୀୟ କାଣ୍ଡ ଘଟାଇଥିଲେ । ସିଙ୍ଗଡ଼ା କିଣିବାକୁ ୨୦ ଟଙ୍କା ଦେଇ ଏହି ବାବଦରେ କାହାକୁ କିଛି ନଜଣାଇବା ପାଇଁ କହିଥିଲେ ।

ପୋଲିସର କହିବା ଅନୁସାରେ ଦୁଇଜଣ ନିଶାସକ୍ତ ଦିନ ମଜୁରିଆ । ନାବାଳିକାର ଜେଜେର ବୟସ ୫୦ ବର୍ଷ ହୋଇଥିବା ବେଳେ ଦୂର ସମ୍ପର୍କୀୟର ବୟସ ପ୍ରାୟ ୩୮ ବର୍ଷ । ନାବାଳିକାର ପରିବାର ଦିନ ମଜୁରିଆ ହୋଇଥିବାରୁ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଗତ ଗୁରୁବାର ୭ ଅପ୍ରେଲରେ ଥାନାରେ ଅଭିଯୋଗ କରିଛନ୍ତି ନାବଳିକାର ପରିବାର ଲୋକ ।

Leave a Reply