ଟିଏମ୍‌ସିର ୬ ରାଜ୍ୟସଭା ସାଂସଦ ନିଲମ୍ୱିତ

ନୂଆଦିଲ୍ଲୀ: ସଂସଦରୁ ୬ ତୃଣମୂଳ କଂଗ୍ରେସ ସାଂସଦ ନିଲମ୍ୱିତ । ୬ ଟିଏମ୍ସି ସାଂସଦଙ୍କୁ ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ । ଆଜି ଗୋଟିଏ ଦିନ ପାଇଁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ । ଅର୍ପିତା ଘୋଷ, ଡୋଲା ସେନ୍, ମୌସୁମୀ ନୁର, ନଦିମୁଲ ହକ୍, ଅଧିରଞ୍ଜନ ବିଶ୍ୱାସ, ଶାସ୍ତା ଛେତ୍ରୀ ଦିନକ ପାଇଁ ଗୃହରୁ ନିଲମ୍ୱିତ ହୋଇଛନ୍ତି  ଟିଏମ୍‌ସିର ୬ ସାଂସଦ । ସୂଚନା ଯୋଗ୍ୟ ଯେ, ପେଗାସସ୍ ଭାଇରସ ପାଇଁ ସଂସଦରେ ଅଚଳାବସ୍ଥା ଜାରି । ଆଜି ବି ସଂସଦରେ ପୂ୍ର୍ବ ଭଳି ସ୍ଥିତି ଜାରି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ହଟ୍ଟଗୋଳ ପରେ ଉଭୟ ଗୃହକୁ ମୁଲତବି କରିଦିଆଯାଇଛି । ହୋ ହାଲ୍ଲା ଓ ନାରାବାଜି ଫଳରେ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ଉଭୟ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଜାସୁସୀକାଣ୍ଡର ତଦନ୍ତ ଜିଦ୍ରେ ଅଟଳ ବିରୋଧୀ ଅଟଳ ଥିବା ବେଳେ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଯୋଗୁ ହୋଇପାରୁନି ଆଲୋଚନା । ୨ ସପ୍ତାହରେ ମାତ୍ର ୧୮ ଘଣ୍ଟା ଚାଲିଥିଲା ଗୃହ । ତେବେ ତୃତୀୟ ସପ୍ତାହରେ ବି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରିନି । ପ୍ରତ୍ୟେକ ଦିନ ଗୃହକାର୍ଯ୍ୟ ଆରମ୍ଭରୁ ଜାସୁସୀକାଣ୍ଡ ପାଇଁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେନ୍ଦ୍ର ସରକାର ଗୃହରେ ଗୋଟିଏ ପରେ ଗୋଟିଏ ବିଲ୍ ପାସ୍ କରିଚାଲିଥିବା ବେଳେ ବିରୋଧୀଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ଗୃହ ଚାଲି ପାରୁ ନଥିବା ବେଳେ ଗୃହକାର୍ଯ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୧୩୩ କୋଟିରୁ ଅଧିକ ଟଙ୍କା ପାଣିରେ ପଡିଲାଣି । ହେଲେ ସ୍ୱାଭାବିକ  ହୋଇପାରୁନି ସଂସଦ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

Leave a Reply