spot_img

Latest Posts

ବକ୍ସିଂରୁ ଅବସର ନେବା ଖବରକୁ ଖଣ୍ଡନ କଲେ ମେରି କମ୍‌

ନୂଆଦିଲ୍ଲୀ : ବକ୍ସିଂରୁ ଅବସର ଖବରକୁ ଖଣ୍ଡନ କଲେ ଭାରତୀୟ ମହିଳା ବକ୍ସର ମେରି କମ୍ । ଗତକାଲି ସେ ବକ୍ସିଂରୁ ଅବସର ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ନିଜେ ମେରି ଏହି ଖବରକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ମୋର ଅବସର ଘୋଷଣା କରି ନାହିଁ। ଯେଉଁ ଦିନ ମୁଁ ମୋର ଅବସର ଘୋଷଣା କରିବି, ମୁଁ ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିବି। ବୁଧବାର ମୁଁ ମୋର ଅବସର ଖବର ଦେଖିଲି। ହେଲେ ତାହା ସତ୍ୟ ନୁହେଁ।

ଜାନୁଆରୀ ୨୪  ତାରିଖରେ ମୁଁ  ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଯେଉଁଠାରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେଇ କହିଥିଲି ବକ୍ସିଂରେ ସଫଳତା ହାସଲ କରିବାକୁ ମୋର କ୍ଷୁଧା ଅଛି । କିନ୍ତୁ ବୟସସୀମା ଯୋଗୁଁ ମୁଁ ଆଉ ଅଲିମ୍ପିକ୍ସରେ ଭାଗ ନେଇପାରିବି ନାହିଁ।  ତଥାପି ମୁଁ ମୋର ଫିଟନେସ ଉପରେ ଧ୍ୟାନ ଦେଉଛି । ଯଦି ମୁଁ ଅବସର ନିଏ,  ତେବେ ସମସ୍ତଙ୍କ ସାମ୍ନାରେ ମୋର ଅବସର ଘୋଷଣା କରିବି ।

Latest Posts

Don't Miss