ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ୧୦୦
1 min readଯାଜପୁର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୬ କରୋନା ଆକ୍ରାନ୍ତ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ଏଥିସହିତ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ଅପରପକ୍ଷରେ ରାଜ୍ୟରେ ୩ ଅଙ୍କ ଛୁଇଁଛି ଆକ୍ରାନ୍ତଙ୍କ ସଂଖା । ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୨ ବର୍ଷୀୟ ପୁରୁଷ, ୨୩ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ, ୫୭ ବର୍ଷୀୟ ପୁରୁଷ, ୩୯ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷୀୟ ପୁରୁଷ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଅଂଚଳରୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୬୫ ଟି ଆକ୍ଟିଭ ମାମଲା ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Health Update: 25th April, 2020
Six New Positive Cases in Jajpur
52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male.
(All Kolkata Returnees)
Contact tracing and followup action is being done.
Total Positive Case in Odisha: 100
— I & PR Department, Odisha (@IPR_Odisha) April 25, 2020