ମଶାଧୂଆଁରେ ଅଣନିଶ୍ବାସୀ ହୋଇ ଗୋଟିଏ ପରିବାରର ୬ ମୃତ

ଦିଲ୍ଲୀ: ମଶାଧୂଆଁ ନେଇଗଲା ୬ ଜୀବନ । ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଅଘଟଣ ଘଟିଛି । ମଶାଧୂଆଁରେ ଅଣନିଶ୍ବାସୀ ହୋଇ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ଘରେ ମଶା ମରା କଏଲ ଲଗାଇ ଶୋଇଥିବା ବେଳେ କଏଲଟି ଏକ ଗଦି ଉପରେ ପଡ଼ି ଯାଇଥିଲା । ଫଳରେ ଘର ସାରା ବିଷାକ୍ତ ଧୂଆଁ ଭର୍ତ୍ତି ହୋଇଯିବାରୁ ଅଣନିଶ୍ବାସୀ ହୋଇ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦେଢ଼ ବର୍ଷ ଏକ ଶିଶୁ ଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ପୋଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।