ଗଣତନ୍ତ୍ର ଦିବସ ସମାରୋହ ପରେ ୬ ଝିଅ ନିଖୋଜ

ଥିରୁଅନନ୍ତପୁରମ୍: ସାଧାରଣତନ୍ତ୍ର ଦିବସ ସମାରୋହ ପରେ ସରକାରୀ ବାଳ ସୁଧାର ଗୃହରୁ ନାବାଳିକାଙ୍କ ସମେତ ୬ ଝିଅ ନିଖୋଜ । ଗୁରୁବାର ଜଣେ ନାବାଳିକାଙ୍କୁ ମାଦିଓ୍ବାଲାର ଏକ ହୋଟେଲରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ସୁଧାର ଗୃହ ଅଧିକାରୀଙ୍କ ତରଫରୁ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଲାସୀ ଅଭିଯାନକୁ ଜୋରଦାର କରିଛି । ସୁଧାର ଗୃହରୁ ଦୁଇ ଭଉଣୀଙ୍କ ସହ କିଛି ନାବାଳିକା ନିଖୋଜ ହୋଇଥିବା ନେଇ ଏତଲା ଦିଆଯାଇଥିଲା । ପୋଲିସ ରାଜ୍ୟ ଭିତରେ ନିଖୋଜଙ୍କୁ ଖୋଜୁଥିବା ବେଳେ ରାଜ୍ୟ ବହାରରେ ମଧ୍ୟ ତଦନ୍ତକୁ ଜୋରଦାର କରିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗଣତନ୍ତ୍ର ଦିବସ ସମାରୋହ ପରେ ପିଲାମାନେ ଅଡିଟୋରିୟମକୁ ଯାଉଥିବା ବେଳେ ଝିଅମାନେ ନିଖୋଜ ହୋଇ ଯାଇଥିଲେ । ନିଖୋଜ ପିଲାମାନଙ୍କ ବୟସ ୧୪ରୁ ୨୬ ବର୍ଷ ମଧ୍ୟରେ ।

ଅନ୍ୟପକ୍ଷରେ ପିଲାମାନେ ନିଖୋଜ ହେବାର ୩ ଘଣ୍ଟା ପରେ ଥାନାରେ ଏତଲା ଦିଆଯାଇଥିଲା । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ଆୟୋଗ ରିପୋର୍ଟ ମାଗିଛି ।

Leave a Reply