ଜେଲ୍ ଗଲେ ସରକାରୀ ଟଙ୍କା ହଡ଼ପକାରୀ ବ୍ୟାଙ୍କ କର୍ମଚାରୀ

ପୁରୀ: ପିପିଲି ବ୍ଲକ ସାତଶଙ୍ଖ ୟୁନିୟନ ବ୍ୟାଙ୍କ ଶାଖାରୁ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ୬ ଅଭିଯୁକ୍ତ ଜେଲ ଗଲେ । ଜାମିନ ଆବେଦନ ଖାରଜ ହେବା ପରେ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ପିପିଲି କୋର୍ଟ ।

ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ୩୮ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପିପିଲି ପୋଲିସ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ, ପୂର୍ବତନ ବ୍ୟାଙ୍କ ଅଫିସର ପଦ୍ମନ ବେହେରା ଏବଂ ଯୋଗେଶ ସାହୁ, ପୂର୍ବତନ କିରାଣି ମନୋଜ କୁମାର ପାତ୍ର, ଅମୀୟ କୁମାର ସାହୁ ଓ ଭାଗ୍ୟଶ୍ରୀ ମହାପାତ୍ରଙ୍କୁ ଗତକାଲି ଗିରଫ କରିଥିଲା । ଗିରଫ ପରେ ସମସ୍ତଙ୍କୁ ପିପିଲି କୋର୍ଟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆାଯାଇଛି । ବ୍ୟାଙ୍କ ଚେକ୍ ବହି, ଉଠାଣ ଫର୍ମ, ଡେବିଟ୍ ଭାଉଚର ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ ।

Leave a Reply