spot_img

Latest Posts

ସୁଧୁରିଲାଣି ମୁର୍ଶିଦାବାଦର ପରିସ୍ଥିତି ; ସ୍ଵାଭାବିକ ହେଲାଣି ଜୀବନଯାତ୍ରା

ପଶ୍ଚିମବଙ୍ଗ: ସୁଧୁରିଲାଣି ପଶ୍ଚିମବଙ୍ଗ ମୁର୍ଶିଦାବାଦର ପରିସ୍ଥିତି । ସ୍ଵାଭାବିକ ହେଲାଣି ଜୀବନଯାତ୍ରା। ଏହି ସୂଚନା ଦେଇଛନ୍ତି ଏସପି ଆନନ୍ଦ ରାୟ। ସେ କହିଛନ୍ତି, ବର୍ତ୍ତମାନ ଏବେ ପରିସ୍ଥିତି ବିଲକୁଲ ସ୍ଵାଭାବିକ ଅଛି। ହିଂସାକାଣ୍ଡକୁ ନେଇ ୧୨୨ ମାମଲା ରୁଜୁ କରାଯାଇଛି ଏବଂ ୨୭୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଇଣ୍ଟରନେଟ ବି ଚାଲୁ କରାଗଲାଣି। ସେପଟେ ରାଜ୍ୟପାଳ ମଧ୍ୟ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ସେମାନଙ୍କୁ ନ୍ୟାୟର ପ୍ରତିଶ୍ରୁତି ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିବି ଆନନ୍ଦ ବୋଷ।

ତେବେ ଏବେ ବି କ୍ୟାମ୍ପରେ ରହିଛନ୍ତି ହିଂସା ପ୍ରଭାବିତ ଲୋକେ । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାରଣ ସତ୍ତ୍ଵେ ମାଲଦା ଯାଇଥିଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଜାତୀୟ ମାନବାଧିକାର କମିଶନ ଓ ଜାତୀୟ ମହିଳା କମିଶନ ମଧ୍ୟ ମୁର୍ଶିଦାବାଦ ଅଞ୍ଚଳ ଗସ୍ତ କରିଥିଲେ।

ଦେଶରେ ୱାକଫ ସଂଶୋଧନ ଆଇନ ଲାଗୁ ହେବା ଦିନଠାରୁ ବିଭିନ୍ନ ମୁସଲମାନ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି । ପଶ୍ଚିମବଙ୍ଗରେ ସର୍ବାଧିକ ବିରୋଧ ପ୍ରଦର୍ଶନ କରାଯାଉଛି । ୮ ରୁ ୧୩ ଜାନୁଆରୀ ମଧ୍ୟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିଲା। ଏହି ବିରୋଧ ପ୍ରଦର୍ଶନ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ହିଂସା କମିଯିବା ପରେ ମଧ୍ୟ ଅନେକ କ୍ଷେତ୍ରରେ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଜାରି ରହିଛି । ତଥାପି, ଅନେକ କ୍ଷେତ୍ରରେ ଇଣ୍ଟରନେଟ୍ ପୁନଃ ଚାଲୁ କରାଯାଇଛି। କିଛି ସ୍ଥାନରେ ଅବସ୍ଥା ଏବେବି ତିକ୍ତତା ଜାରି ରହିଛି।

Latest Posts

Don't Miss