ତିହାର ଜେଲରେ ବାଉଳି ହେଉଛି ଅଣ୍ଡରୱାର୍ଲଡ ଡନ୍

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ମନରେ ଛନକା । ଡରି ଡରି ବିତୁଛି ତିହାର ଜେଲରେ ଥିବା ସବୁ କଏଦୀଙ୍କ ରାତି । କିଏ ଡେଥ ସେଲ କଥା ଭାବୁଛି ତ ଆଉ କିଏ ଆଖି ବୁଜିଲେ ଦେଖୁଛି ଫାଶୀ ଦଉଡ଼ି । ଦିନେ ଛୋଟା ରାଜନ ନାଁ ଶୁଣିଲେ ଥରି ଉଠୁଥିଲା ମୁମ୍ବାଇ । ଏବେ ସେ ତିହାର ଜେଲରେ ଥରୁଛି । ନିର୍ଭୟା ଦୁଷ୍କର୍ମକାରୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ପରେ ବାଉଳି ହେଉଛି ତିହାର ୨ନଂ ଜେଲରେ ଥିବା ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ୍ । ସେ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସବୁ ଖବର ରଖୁଛି । ନିର୍ଭୟା ଦୋଷୀଙ୍କ ବିଷୟରେ ଜାଣିବା ପାଇଁ ଖବର କାଗଜ, ଟିଭି ଓ ଜେଲ କର୍ମଚାରୀଙ୍କ ଠାରୁ ପଚାରି ବୁଝୁଛି ।

କାରଣ ନିର୍ଭୟା ଦୋଷୀ ପବନ, ମୁକେଶ ଓ ଅକ୍ଷୟ ସେହି ଜେଲରେ ହିଁ ଅଛନ୍ତି । ତେବେ, ହାଇ ସିକ୍ୟୁରିଟି ସେଲରେ ଥିବା ଛୋଟା ରାଜନ ନିର୍ଭୟା ଦୋଷୀ ସେହି ଜେଲରେ ଅଛି ଜାଣିବା ପରେ ତାଙ୍କ ବିଷୟରେ ପଚାରି ବୁଝୁଛି ।  ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଛୋଟା ରାଜନ ଦୋଷୀଙ୍କୁ ଫାଶୀ ହେବା ପୂର୍ବର ସବୁ ପ୍ରକ୍ରିୟା ଜାଣିବାକୁ ଚେଷ୍ଟା କରୁଛି । ଯେତେବେଳେ କି ସେ ବି ମାନିଛି ଏଭଳି କର୍ମର ଦଣ୍ଡ କେବଳ ଫାଶୀ ।

ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ତିହାଜ ଜେଲରେ ବନ୍ଦୀ କେବଳ ଛୋଟା ରାଜନ ନୁହେଁ ଏହି ଫାଶୀକୁ ନେଇ ସେଠିକାର ସବୁ କଏଦୀଙ୍କ ମନରେ ଉତ୍ସୁକତା ରହିଛି ।

Leave a Reply