Skip to content
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଜେଟରେ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ । ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏକ କୋଟି ଲୋକଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରାଯିବ । ଏକ କୋଟି ଘରକୁ ମାଗଣାରେ ବିଜୁଳି ପ୍ରଦାନ କରିବା ଘୋଷଣା ପରେ ସାଧାରଣ ଲୋକଙ୍କୁ ବଡ ଫାଇଦା ଓ ଆଶ୍ବସ୍ତି ମିଳିଛି ।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ନେଇ ଦେଶବାସୀଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୮ କୋଟି ଲୋକେ ପଞ୍ଜୀକରଣ କରିସାରିଛନ୍ତି ।ଗତ ଅନ୍ତରୀଣ ବଜେଟରେ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହି ଯୋଜନା ଅନୁସାରେ ଛାତରେ ସୋଲାର ପ୍ଲାଣ୍ଟ ଲଗାଯିବ । ଏକ କୋଟି ଘର ଛାତ ଉପରେ ସୋଲାର ପ୍ଲାଣ୍ଟ ଲାଗିବ । ଯାହା ଫଳରେ ପ୍ରତି ମାସରେ ୩୦ କିଲୋୱାଟ ପର୍ଯ୍ୟନ୍ତ ମାଗଣା ବିଜୁଳିର ଫାଇଦା ଉଠାଇ ପାରିବେ ହିତାଧିକାରୀ । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୨୮ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିବାବେଳେ ୧୪ ଲକ୍ଷ ଆବେଦନକାରୀଙ୍କ ଆବେଦନ ପେଣ୍ଡିଂରେ ଅଛି ।