spot_img

Latest Posts

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ

ନନ୍ଦିଘୋଷ ବ୍ୟୁରୋ: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳାରେ ଭାବେ ଗତକାଲି ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ହର ଓ ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ଘଣ୍ଟାକିର୍ତ୍ତନରେ ପାଲିଙ୍କିରେ ନିଜ ଘରକୁ ନିଆଯାଇଥିଲା । ଏହାପରେ ୭ଜଣ ମହିଳାଙ୍କ ଦ୍ଵାରା ହଳଦୀ, ପଞ୍ଚାମୃତରେ ମଙ୍ଗଳକୃତ୍ୟ ନୀତି କରାଯାଇଥିଲା । ପରେ ଜାଇ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା । ଆଜି ଭୋର ୪ଟାରେ ମଣିବାବାଙ୍କ ପହଡ ଖୋଲିବା ପରେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ସହ ସମସ୍ତ ସକାଳ ନୀତି ୧୦ଟା ସୁଧା ସରିବା ପରେ କନ୍ୟାପିତାଙ୍କ ଘରୁ ପବନପୁତ୍ର ହନୁମାନ ବରଧରା ରୂପେ ବରଣ କାର୍ଯ୍ୟ ନିମନ୍ତେ ବରପିତାଙ୍କ ଘରକୁ ଗମନ କରିବେ। ଏଥିପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ଵର ଓ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ । ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ବାଜା, ବାଣ ରୋଷଣୀ ସହ ଲକ୍ଷାଧିକଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ।

Latest Posts

Don't Miss