ଆଜି ଶୀତଳଷଷ୍ଠୀ, କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ

ଭୁବନେଶ୍ୱର: ଆଜି ଶୀତଳଷଷ୍ଠୀ ଯାତ୍ରା । ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । ଦେବ ଦମ୍ପତିଙ୍କ ବିବାହ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଆଜି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । କୋଭିଡ କଟକଣା ଭିତରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ବିବାହ ପାଇଁ ମନ୍ଦିରରେ ନୀତିକାନ୍ତି ମଧ୍ୟ ଚାଲିଛି । ସମ୍ବଲପୁର ନନ୍ଦପଡାର ବାଲୁଙ୍କେଶ୍ବର, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଯାଗେଶ୍ବର ବାବା, ଠାକୁର ପଡାର ଗୁପ୍ତେଶ୍ୱର ବାବାଙ୍କ ବିବାହ ଅନୁଷ୍ଠିତ ହେବ । ସେହିପରି ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ୭ ଜଣ ସେବାୟତଙ୍କ ଦ୍ବାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ । ଆଜି ରାତି ୧୧ଟାରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ ସୁଦ୍ଧା ପହଞ୍ଚିବ । ଆସନ୍ତାକାଲି ପଟୁଆର ବାହାରି ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ

 

Leave a Reply