ପୋଲିସ ବାବୁଙ୍କ ପରାମର୍ଶ, ଅଶ୍ୱତ୍ଥ ଗଛ ନିକଟରେ ବସିଲେ ମିଳିବ ଅକ୍ସିଜେନ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଉତ୍ତରପ୍ରଦେଶ ହେଉ ବା ମହାରାଷ୍ଟ୍ରା ବା ପଶ୍ଚିମବଙ୍ଗ । ସବୁଠାରେ କରୋନା ଚାଂଚଲ୍ୟ ସୃଷ୍ଟି କରିଛି । କେଉଁଠି ହସ୍ପିଟାଲରେ ଶଯ୍ୟା ଅଭାବ ତ କେଉଁଠି ଅକ୍ସିଜେନର ଘୋର ଅଭାବ । ସାରା ଦେଶରେ ଏହି ବିଶ୍ୱବ୍ୟାପୀ କରୋନା ମହାମାରୀ ତାଣ୍ଡବ ସୃଷ୍ଟି କରିଛି । ଦିନ ଯେତେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ସେତେ ବଢୁଛି । ଏହି ମଧ୍ୟରେ ଉତ୍ତରପ୍ରଦେଶର ଆହ୍ଲାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ରୋଗୀଙ୍କୁ ଅଜବ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ବାସ୍ତବରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅକ୍ସିଜେନ ପାଇଁ ଚିନ୍ତିତ ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଅଜବ ପରାମର୍ଶ ଦେଇଛନ୍ତି ପୋଲିସ ବାବୁ । ଅମ୍ଳଜାନ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଶ୍ୱତ୍ଥ ଗଛ ନିକଟରେ ବସିବା ପାଇଁ ପୋଲିସ ବାବୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଅକ୍ସିଜେନ ମିଳୁନଥିବାରୁ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅକ୍ସିଜେନ ଅଭାବରୁ ଶରୀର ଅସୁସ୍ଥ ହୋଇପଡ଼ୁଥିବା ବେଳେ ଭିଡ଼ କମ୍କରିବା ପାଇଁ ପ୍ଲାଣ୍ଟ ନିକଟକୁ ନ ଆସି ଘରେ ରହି ଘର କାମ କରିବାକୁ ପରାମର୍ଶ ଦିଆଯାଉଛି । ତେବେ ଅକ୍ସିଜେନ ପ୍ଲାଣ୍ଟ ବାହାରେ ଛିଡ଼ା ହୋଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ବେଗରେ ବଢିବାରେ ଲାଗିଛି । ଅନ୍ୟପଟେ ଟୀକାକରଣ ପ୍ରକ୍ରିୟା ସାରା ଦେଶରେ ଜାରି ରହିଛି । କିନ୍ତୁ ଆସନ୍ତା ୧ ମଇ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର । ଏଥିପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ସାରିଲାଣି ।

Leave a Reply